Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସର୍ପାଘାତ ରେ ବିବାହିତ ମହିଳାଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡ଼ୁଙ୍ଗୁରୀ (ମୁଣ୍ଡାପଡା) ଗ୍ରାମରେ ସର୍ପାଘତ ରେ ଜଣେ ବିବାହିତା ମହିଳାଙ୍କ ବୁଧୁବାର ଦିନ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଦୁଃଶାସନ ମୁଣ୍ଡା ଙ୍କ ସ୍ତ୍ରୀ ପାର୍ବତୀ ମୁଣ୍ଡା (୩୫) ବୋଲି ଜଣା ପଡିଛି। ସୁଚନାମତେ ବୁଧୁବାର ସକାଳୁ ନିଜ ଚାଷ ଜମିରେ କାମ କରୁଥିବା ବେଳେ ଏକ ବିଷଧର ଚିତି ସାପ କାମୁଡି ଦେଇଥିଲା । ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଏନେଇ କହିବା ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଡାକ୍ତରଖାନା କୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। ତାଙ୍କ ସ୍ଵାମୀ ଓ ସେ କୁଲି ମଜୁରୀ କରି ପରିବାର ଚଳାଉ ଥିଲେ । ତାଙ୍କର ଦୁଇଟି ଝିଅ ଓ ଦୁଇଟି ପୁଅ ଅଛନ୍ତି । ବଡ଼ ଝିଅ ପପିନା ମୁଣ୍ଡା(୧୫) ଙ୍କ ସହିତ ଅମିତ୍ ମୁଣ୍ଡା(୧୪) , ସଫିନା ମୁଣ୍ଡା (୧୨) ଓ ସମୀର ମୁଣ୍ଡା (୯) ଅଛନ୍ତି । ଡାକ୍ତରଖାନା ରେ ମଧ୍ୟାହ୍ନ ରେ ମହିଳାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପୋଲିସ ସନ୍ଧ୍ୟା ରେ ପହଞ୍ଚି ଥିଲା । ତେଣୁ ଶବ ବ୍ୟବଚ୍ଛେଦ ହୋଇପାରି ନାଇଁ। ଗୁରୁବାର ଦିନ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣା ପଡ଼ିଛି । ମୃତକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୁଏ I