ସାଇବର ସୁରକ୍ଷା ସଚେତନ ଅଭିଯାନ


ଦେବଗଡ଼ ଜିଲ୍ଲା କଂସର ହାଇସ୍କୁଲ ଓ ମହାବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ସଚେତନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଭିନ୍ନ ଭିନ୍ନ ଉପାୟରେ ସାଧାରଣ ଜନତାଙ୍କୁ ଠକୁଛନ୍ତି ସାଇବର ଠକ। ସଚେତନତା ଅଭାବରୁ ଅନେକ ଲୋକ ଠକଙ୍କ ଜାଲରେ ଫସି ଯାଉଛନ୍ତି । ଦିନକୁ ଦିନ ବଢୁଥିବା ସାଇବର ଠକାମି ଓ ଅପରାଧୀଙ୍କୁ ରୋକିବା ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚେତନ ଅଭିଯାନ ଆଜି ଦେବଗଡ଼ ଜିଲ୍ଲା ର କଂସର ହାଇସ୍କୁଲ ଓ ମହାବିଦ୍ୟାଳୟ ଠାରେ ସଚେତନତା ପଥ ପ୍ରାନ୍ତ ନାଟକ, ଏଲିଡି ଶୋ ଓଡିଓ ଭିଡ଼ିଓ ପ୍ରଦର୍ଶନ, ଜଣା ଅଜଣା ପ୍ରତିଯୋଗିତା, ଶପଥ ପାଠ ଅନୁଷ୍ଠିତ ହୋଇଥିଲା ଓ ରିପଲେଟ ବଣ୍ଟନ କରାଯାଇଥିଲା । ଏହି ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମରେ ଓ.ପି.ଏସ୍. ଏସ୍. ଡି.ପିଓ ସୌମ୍ୟରଞ୍ଜନ ମଲ୍ଲିକ, ଆଇ.ଆଇ. ସି. ସରୋଜ ପାଣି, ମହାବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।