ଦକ୍ଷିଣିପାଲି ରେ ଜିଲ୍ଲାପାଳ ପ୍ରଦାନ କଲେ ଖେଳାଳିଙ୍କୁ ଖେଳ ଉପକରଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ବ୍ଲକ ଅନ୍ତର୍ଗତ ଦକ୍ଷଣିପାଲି ରେ ଜିଲ୍ଲାପାଳ ପହଁଞ୍ଚି ହକି ଖେଳାଳିଙ୍କୁ ଗୁରୁବାର ଖେଳ ଉପକରଣ ପ୍ରଦାନ କରିଥିଲେ l ତୃଣମୂଳ ସ୍ତରରୁ ହକି କୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ହକି ଖେଳାଳି ଙ୍କୁ ଖେଳ ଉପକରଣ ପ୍ରଦାନ କରି ଉତ୍ସାହିତ କରିଥିଲେ l ଏ ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ବେସ୍ରା , ମୁକ୍ତେଶ୍ଵର ମାଝୀ , ବିଜୟ ପୁର୍ତ୍ତୀ , କୃତିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l