Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମୀଣ ସାମ୍ବାଦିକଙ୍କୁ ସ୍ୱସ୍ଥ୍ୟକାର୍ଡ ସୁବିଧାର ଉନ୍ମୋଚନ

ଭୁୁବନେଶ୍ୱର:ଗ୍ରାମୀଣ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟକାର୍ଡ “ସୁବିଧା”ଆଜି ଉପଲବ୍ଧ କରାଯାଇଛି। ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରରେ ଗ୍ରାମୀଣ ସାମ୍ବାଦିକ କଲ୍ୟାଣ ଯୋଜନା ଶୂଭାରମ୍ଭ କାର୍ଯ୍ୟକ୍ରମ ଡିପ୍ଲୋମା ଇଂଜିନିୟର ଆସୋସିଏସନ ସଭାଗୃହରେ ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ଗ୍ରାମୀଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରାଯାଇ ସଂଘ ତରଫରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ପୂର୍ବ ଘୋଷିତ କାର୍ଯ୍ୟକ୍ରମକୁ “ସୁବିଧା” କାର୍ଡକୁ ଆନୁଷ୍ଠାନିକ ଭାବେ ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚନ କରାଯାଇଛି । ପ୍ରାରମ୍ଭରେ ହାଇଟେକ ହସପିଟାଲ ଏବଂ ମେଡିକାଲ କଲେଜର ସହଭାଗୀତାରେ ଉକ୍ତ ସୁବିଧା ନାମକ ସ୍ୱାସ୍ଥ୍ୟ ସହାୟତା କାର୍ଡ ସାମ୍ବାଦିକମାନଙ୍କୁ ବଂଟନ କରାଯିବା ସହିତ ଏଥିରେ ଉପଲବ୍ଧ ସୁବିଧା ସୂଯୋଗକୁ ବିସ୍ତାର ରୁପେ ହାଇଟେକ ହସପିଟାଲର ପରିଚାଳନା ଟ୍ରଷ୍ଟି ସୁରେଶ କୁମାର ପାଣୀଗ୍ରାହୀ ଏବଂ ଡାଃ ଚନ୍ଦନ ସାମନ୍ତରାଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଥିଲା । ସୂଚନା ଥାଉକି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ମାଧ୍ୟମରେ ଦେଶରେ ପ୍ରଥମ ଥର ପାଇଁ ଏକ ଘରୋଇ ହସପିଟାଲ ସହଭାଗୀତାରେ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି, ଯାହାଦ୍ୱାରା ପ୍ରାୟ ୧୦ ହଜାର ସାମ୍ବାଦିକ ଏବଂ ତାଙ୍କ ପରିବାର ଉପକୃତ ହେବେ ବୋଲି ଆଶା ବ୍ୟକ୍ତ କରାଯାଇଛି ।
ସଂଘର ସଭାପତି- ସଂଜୟ ଦାସ, ଅତିଥିମାନଙ୍କ ପରିଚୟ ଦେବା ସହିତ ସଂଘର ଆଭିମୂଖ୍ୟ ଏବଂ କଲ୍ୟାଣମୂଳକ କାର୍ଯ୍ୟରେ ଯୋଗଦାନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ ଏବଂ ସାଧାରଣ ସଂପାଦକ ହୃଷିକେଷ ମହାନ୍ତି ଏବଂ ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ ସଂଘଦ୍ୱାରା ନିଆଯାଇଥିବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟଧାରାର ବିବରଣୀ ଦେଇଥିଲେ ।
ଶ୍ରୀ ବିଜୟ କୁମାର ପଟ୍ଟନାୟକ,ପ୍ରାକ୍ତନ ମୂଖ୍ୟ ଶାସନ ସଚ୍ଚୀବ ଉଦଘାଟନୀ ଉସ୍ରବରେ ଯୋଗଦାନ କରି ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟକାର୍ଡ ବଂଟନ କରିବା ସହିତ ହାଇଟେକ ହସପିଟାଲ ଏବଂ ଅଧ୍ୟକ୍ଷ ଡାଃ ତିରୁପତି ପାଣିଗ୍ରାହୀଙ୍କ ଦ୍ୱାରା ନିଆଯାଇଥିବା ଉକ୍ତ ପଦକ୍ଷେପକୁ ସାମ୍ବାଦିକମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତବ୍ୟ ରଖିଛନ୍ତି । ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମହାପୁରୁଷଙ୍କ ସ୍ମୃତିଚାରଣ କରି ରାଷ୍ଟ୍ର ନିର୍ମାଣ ଏବଂ ଚତୁର୍ଥ ସ୍ତମ୍ଭର ଦାୟୀତ୍ୱ ବାବଦରେ ବହୁ ମୁଲ୍ୟବାନ ତଥ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଜୟଦେବ ବିଧାୟକ ଡାଃ ଅରବିନ୍ଦ୍‌ ଢାଲି ନିଜ ବକ୍ତବ୍ୟର ସଂଘର ଏହି ପ୍ରୟାସକୁ ପ୍ରୋତ୍ସାହିତ କରି ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଅଲୋକପାତ କରିଥିଲେ । ଗ୍ରାମୀଣ ସାମ୍ବାଦିକ କଲ୍ୟାଣ ଯୋଜନାର ଅଧ୍ୟକ୍ଷ ପ୍ରଭାତ ରଂଜନ ବିଶ୍ୱାଳ ଏବଂ ଉପଦେଷ୍ଟା ଡାଃ ପବିତ୍ର ମୋହନ ସାମନ୍ତରାୟ ଅଧ୍ୟକ୍ଷ କିଶୋର ଦ୍ୱବେଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଆଜି ଦିନର ମହାନତା ସଂପର୍କରେ ଗଣମାଧ୍ମର ଦୃଷ୍ଟି ଆକର୍ଷଣ କରି ଏକତ୍ରିତ ରହିବାକୁ ଆହ୍ୱାନ ଜଣାଇଥିଲେ । ଭବିଷ୍ୟତରେ ଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବିସ୍ତାର କରାଯାଇ କିପରି ସାମ୍ବାଦିକ ସମୁଦାୟଙ୍କ ପାଇଁ ଆହୁରି ଅନେକ କିଛି ଉନ୍ନତିମୂଳକ କାର୍ଯ୍ୟ କରାଯିବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଶେଷରେ ୧୦୦ଜଣ ସାମ୍ବାଦିକମାନଙ୍କୁ ଏହି କାର୍ଡ ବଂଟନ କରାଯାଇଛି ଏବଂ ୭ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ଗାନ୍ଧୀ ସେବା ସମ୍ମାନରେ ସଂବର୍ଦ୍ଧିତ କରାଯାଇ ମାନପତ୍ର ଦିଆଯାଇଛି ।ସାରା ରାଜ୍ୟରୁ୧୫୦ରୁ ଉଦ୍ଧ୍ୱର୍ ସାମ୍ବାଦିକ ସଦସ୍ୟ ଉତ୍ସାହ ସହକାରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ଏବଂ ହାଇଟେକ ହସପିଟାଲ ତରଫରୁ ବିକ୍ରମ ସିଂ ସଂଯୋଜନା କରିଥିଲେ ବୋଲି ସାଧାରଣ ସଂପାଦକ ହୃଷିକେଶ ମହାନ୍ତି ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ