Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୦ ହଜାର ଟପିଲା ସୁନା ଦର

ନୂଆଦିଲ୍ଲୀ: ଭାରତରେ ସୁନା ଦର ମହଙ୍ଗା ହେବାରେ ଲାଗିଛି। ସୁନା ଦାମ ୧୦ ଗ୍ରାମ ବା ୧ ଭରି ପିଛା ୬୦ ହଜାର ଟଙ୍କାରୁ ଅଧିକ ହୋଇଛି। ଆମେରିକା ଓ ୟୁରୋପରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ଯୋଗୁ ସୁନା ଦର ବୃଦ୍ଧି ପାଉଥିବା ଜଣାପଡ଼ିଛି।

ଆନ୍ତର୍ଜାତିକ ବଜାରରେ ସୁନା ଦାମ୍‌ ୨୦୨୦ ଡଲାରକୁ ବୃଦ୍ଧି ପାଇଛି। ଆଉ କିଛିଦିନ ପରେ ସୁନା ମୂଲ୍ୟ ୬୨ ହଜାର ଟପିବ ବୋଲି ଆକଳନ କରାଯାଇଛି। ଭାରତରେ ରୂପା ଦାମ ମଧ୍ୟ କେଜି ପିଛା ୭୨୧ ଟଙ୍କା ବୃଦ୍ଧି ପାଇ ୬୯,୨୨୨ ଟଙ୍କାରେ ପହଞ୍ଚିଛି। ଆଉ କିଛି ଦିନ ଭିତରେ ରୂପା ଦର ୭୧ ହଜାରରୁ ଅଧିକ ମୂଲ୍ୟ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି।

ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୬୦,୦୦୦ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ