Gold-Silver Price: ଧନତେରସ ପୂର୍ବରୁ ସୁନା ଦର ୧.୪୦ ଲକ୍ଷ ତଳେ, ରୁପା ଦରରେ ବି ଜାରି ରହିଛି ଉତ୍ଥାନ-ପତନ
ଦୀପାବଳି ଓ ଧନତେରସ ପୂର୍ବରୁ ସୁନା-ରୁପା ବଜାରରେ ଦରର ଅସ୍ଥିରତା ଲାଗି ରହିଛି। କେତେବେଳେ ଦାମ୍ ହଠାତ୍ ବଢ଼ୁଛି, ତ ଆଉ କେତେବେଳେ କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଟଙ୍କା ହ୍ରାସ ପାଉଛି। ଏହି ପରିବର୍ତ୍ତନ ଯୋଗୁଁ ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ବଜାରରେ ନୂଆ ସୁଯୋଗ ସୃଷ୍ଟି ହେଉଛି।
ନିକଟରେ କମୋଡିଟି ବଜାରରେ ସୁନା ଓ ରୁପା ଦର ଗତ ଏକ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିଲା। ଏହା ପରେ ଦରରେ କିଛିଟା ବୃଦ୍ଧି ହୋଇଥିଲେ ମଧ୍ୟ ପୁଣି ଥରେ ହ୍ରାସ ଦେଖାଯାଇଛି। ବୁଧବାର ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମର ଦର ୧.୪୦ ଲକ୍ଷ ଟଙ୍କା ତଳେ ରହିଛି।
ମଙ୍ଗଳବାର MCXରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ ହୋଇଥିଲା। ଦର ପ୍ରାୟ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଖସିଥିବା ରିପୋର୍ଟ ହୋଇଛି। ପର୍ବପର୍ବାଣୀ ସମୟରେ ଦରର ଏହି ଅସ୍ଥିରତା ଗହଣା ବଜାର ଉପରେ ପ୍ରଭାବ ପକାଉଛି। ତେବେ ସୁନା-ରୁପା କିଣିବା ପୂର୍ବରୁ ନିଜ ସହରର ସେହି ଦିନର ଦର ଯାଞ୍ଚ କରିବା ଜରୁରୀ।

