ମଧୁ ଗଡତିଆ ସ୍ମୃତି କମିଟି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ସମ୍ବଲପୁର: ରେଢାଖୋଲ ନିର୍ଵାଚନ ମଣ୍ତଳି ଯୁଯୁମୁରାରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ମଧୁ ଗଡତିଆ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି । ଯୁଯୁମୁରାର ମହାନ ସ୍ଵାଧିନତା ସଂଗ୍ରାମୀ ମଧୁ ଗଡତିଆଙ୍କ ବାସ ଭବନରୁ ମାଟି ସଂଗ୍ରହ କରାଯାଇଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଛାତ୍ରଛାତ୍ରୀ ସହ ଏସଏଚଜି ଗ୍ରୁପ ସଦସ୍ୟ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ହଜାର ହଜାର ସଂଖ୍ୟାରେ ସମଲେଶ୍ଵରୀ ମନ୍ଦିରରେ ଏକଜୁଟ ହୋଇ ପୂଜାର୍ଚ୍ଚନା କରିଥିଲେ । ସଂଗ୍ରାମୀଙ୍କ ପରବର୍ତ୍ତୀ ଦାୟଦ ଓ ଅଞ୍ଚଳର ଜମିଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋଣ୍ଡ ସମାଜର ବିଶିଷ୍ଟ ବ୍ୟକ୍ତି ବ୍ୟକ୍ତିଙ୍କ ସହ ବହୁ ଲୋକ ଏଥିରେ ସାମିଲ ହୋଇଥିଲେ । ପରେ ସଂଗ୍ରାମୀଙ୍କ ବାସ ଭବନରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଇଛି । ମାଟି ସଂଗ୍ରହ ପରେ ଗାଁରେ ବିରାଟ ଶୋଭାଯାତ୍ରା କରାଯାଇ ପଂଚାୟତ ଛକ ସ୍ଥିତ ପାର୍କକୁ ଅଣାଯାଇଥିଲା । ସେଠାରେ ସହିଦ ମଧୁଗଡତିଆଙ୍କ ପ୍ରତିମୃତ୍ତି ସ୍ଥାପନ ପାଇ ଭୁମି ପୁଜା କରାଯାଇଥିଲା । ଯୁବ ବିଜେପି ନେତା ତଥା ଯୁଯୁମୁରା ସମିଟିସଭ୍ୟ ଜୟନ୍ତ ପ୍ରଧାନଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ସାଂସଦ ପ୍ରତିନିଧି ସୁସ୍ମିତା ଦେହୁରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାସହ ଅଶ୍ୱିନୀ କୁମୁରା, ଓମପ୍ରକାଶ ବିଶ୍ବାଳ, ଅଶ୍ୱିନୀ ଭୋଇ, ଝସକେତନ ଭୋଇ, କିରଣ ପ୍ରଧାନ, ରଜନୀକାନ୍ତ ପାଣିଗ୍ରାହୀ, ସୁରେନ୍ଦ୍ର ଭୋଇ, ଆଲୋକ ପ୍ରଧାନ, ରାଜା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।