ଦେବଗଡ଼:ବାରକୋଟ ବ୍ଲକ ହରେକୃଷ୍ଣପୁର ଗ୍ରାମକୁ ଉପଯୁକ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ ଆଜି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ହରେକୃଷ୍ଣପୁର ଗ୍ରାମରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି ।ରଙ୍ଗମାଟିଆ ଗ୍ରାମ ଠାରୁ ହରେକୃଷ୍ଣପୁର ଗ୍ରାମ ପର୍ଯ୍ୟନ୍ତ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ନାହଁି । ଯେଉଁ ରାସ୍ତା ବି ଅଛି , ତାହା କଚା ରାସ୍ତା । ବର୍ଷା ଦିନେ ଉକ୍ତ ରାସ୍ତା କାଦୁଅରେ ଭର୍ତ୍ତି ହେବା ଫଳରେ ଗ୍ରାମବାସୀମାନେ ମୁଖ୍ୟରାସ୍ତା ତଥା ପଂଚାୟତ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଯିବା ସମୟରେ ନାହଁିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ହରେକୃଷ୍ଣପୁର ଗ୍ରାମକୁ ଉପଯୁକ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ହରେକୃଷ୍ଣପୁର ଗ୍ରାମକୁ ରାସ୍ତା ନିର୍ମାଣ କରିବା ପାଇଁ ଦାବି
