Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

75 ଲିଟର ରନ୍ଧା ମଦ ଜବତ କରି 3 ଜଣଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଭାଲଡୁଙ୍ଗୁରୀ ଓ କୁନ୍ଦୁପାଲ ଗ୍ରାମରୁ ରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ସୂଚନା ମତେ ଉକ୍ତ ଗ୍ରାମରେ ବେଆଇନ ଭାବେ ମଦ ପ୍ରସ୍ତୁତି କରି ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଥିବା ନେଇ ବହୁ ବାର ଅବକାରୀ ଥାନା ରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ଅପରାହ୍ନରେ ସମୟରେ ବୀରମହାରାଜପୁର ଅବକାରୀ ଥାନା ଅଧିକାରୀ ଙ୍କ ନେତୃତ୍ବରେ ଏକ ଟିମ ଉକ୍ତ ଦୁଇ ଗ୍ରାମରେ ଚଢ଼ାଉ କରିଥିଲେ। ଏଥିରେ ଭାଲୁଡୁଙ୍ଗୁରୀ ଗ୍ରାମର ଦୁର୍ବାଶା ସାହୁ (୩୨)ଙ୍କ ଘରୁ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ୧ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲା । ସେହିପରି କୁନ୍ଦପାଲ ଗ୍ରାମର ଦେବହରି ପଧାନଙ୍କ ଘରୁ ୩୦ ଲିଟର ଓ ପଦ୍ମନାଭ ପଧାନ ଘରୁ ୨୫ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ।ବୀରମହାରାଜପୁର ଅବକାରୀ ଥାନାରେ ୧୦୯ , ୧୧୦ , ୧୧୧/୨୩ ରେ ଭିନ୍ନ ଭିନ୍ନ ମାମଲା ରେ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଉକ୍ତ ଚଢାଉ ସମୟରେ ଏସ ଆଇ ସୁମିତ୍ରା ହେମ୍ବ୍ରମ , ଏସ ଆଇ ପ୍ରଶାନ୍ତ କୁମାର ପରିଡ଼ା , କନେଷ୍ଟବଳ କାନ୍ତା ଭୋଇ ଓ ଉରଭି ମାଝି ପ୍ରମୁଖ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ