ବୀରମହାରାଜପୁର ରେ ବିଜୁଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳା ରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେଡ଼ି ଉପସଭାପତି ରଞ୍ଜିତ କୁମାର ରଥ , କିଶୋର କୁମାର ହୋତା , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର , ଲଳିତ ପାତ୍ର , ଉଫୁଲା ସରପଞ୍ଚ ପ୍ରତିନିଧି ମୀନକେତନ ମହାକୁର , ହିଲୁଙ୍ଗ ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ , ମୁର୍ଷୁଣ୍ଢି ସରପଞ୍ଚ ମନୋଜ ସାହୁ , ବ୍ରଜ ମୋହନ ପ୍ରଧାନ , ଜିଲ୍ଲା ବିଜେଡ଼ି ଯୁଗ୍ମ ସମ୍ପାଦକ ପ୍ରଦୀପ ମିଶ୍ର , ବିମ୍ବାଧର ସାହୁ , କଲ୍ଲୋଳ ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ଦୟାନିଧି ମେହେର , ଜଟେସିଂହା ସମିତିସଭ୍ୟା ପ୍ରତିନିଧି ପ୍ରସାଦ ନାଏକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବୈଠକରେ ଆସନ୍ତା ୧୧ତାରିଖ ବୁଧୁବାର ଦିନ ବିଜୁ ଜନତା ଦଳର ପଦଯାତ୍ରା କରାଯିବାର ନିଷ୍ପତ୍ତି ନିଆ ଯାଇଛି। ପ୍ରଥମ ପର୍ଯ୍ୟୟରେ ବୀରମହାରାଜପୁର ସଦର ରୁ ଉଫୁଲା , ହିଲୁଙ୍ଗ, ବାଗବର , ଜଟେସିଂହା , କମିରା , ସୁବଳୟା , ସଂଗ୍ରାମପୁର , ପିତାମହୁଲ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଦେଇ ପଦଯାତ୍ରା କରାଯିବ। ଏହା ସହିତ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟରେ ବ୍ଲକ ର ଅନ୍ୟ ସମସ୍ତ ପଞ୍ଚାୟତ ବିଭିନ୍ନ ଗ୍ରାମକୁ ପଦଯାତ୍ରା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପଦଯାତ୍ରା ରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କ ସହିତ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବେଶ ଆଚାର୍ଯ୍ୟ , ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ , ଜିଲ୍ଲା ମହିଳା ସଭାନେତ୍ରୀ ପଦ୍ମିନୀ ବାଘର ପ୍ରମୁଖ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି। ଉକ୍ତ ପ୍ରସ୍ତୁତି ବୈଠକ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତର କର୍ମକର୍ତ୍ତା ଓ ସାଧାରଣ କର୍ମୀମାନେ ଉପସ୍ଥିତ ଥିଲେ ।