ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା କଲେଜରେ ଶୁକ୍ରବାର କବିବର ରାଧାନାଥ ରାୟଙ୍କ ସାହିତ୍ୟ ସମ୍ପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଭୋଲାନାଥ କର୍ମିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ସାହିତ୍ୟିକ ଏବଂ ଗବେଷକ ସୁଦାମ ଚରଣ ସାହୁ ବକ୍ତା ରୂପେ ଯୋଗଦେଇ କବିବର ଙ୍କୁ ଆଧୁନିକ ଓଡ଼ିଆ କାବ୍ୟର ଯୁଗସ୍ତମ୍ଭ ରୂପେ ଅଭିହିତ କରିଥିଲେ । ତାଙ୍କର ଲେଖନୀ ଶୈଳୀ ଓ କବିତା ଅନ୍ୟ କବି ମାନଙ୍କ ଠାରୁ ସ୍ବତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଦେବାଶିଷ ପଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ମାନିନୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମାକାନ୍ତ ପୁରୋହିତ , ଟୁନା ମେହେର , ଗୋପାଳ ଭୋଇ , ସୁରେନ୍ଦ୍ର କୁମାର ସାହୁ , ଦିଲ୍ଲୀପ କୁମାର ମେହର , ଶମ୍ଭୁ ପ୍ରସାଦ ସାହୁ , ହରିହର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ସୁବଳୟା କଲେଜରେ ରାଧାନାଥ ରାୟ ଙ୍କ ସାହିତ୍ୟ ସମ୍ପର୍କୀତ ଆଲୋଚନା ଚକ୍ର
