Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଏମ ବିଶ୍ୱବିଦ୍ୟସଳୟରେ ଦ୍ୱଦିବସୀୟ ଜାତୀୟ ସମ୍ପାନ ଉଦଘାଟନ

ସମ୍ବଲପୁର:ଆଇସିଏଚଆରର‌ ପ୍ରାୟୋଜନ କ୍ରମେ ଗଂଗାଧର ମେହେର ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଦ୍ବିଦିବସୀୟ ଜାତୀୟ ସମ୍ପାନ ଆଜି ଆରମ୍ଭ ହୋଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ର ଏନ୍ ନାଗାରାଜୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ର ଅଖିଳ ବିହାରୀ ଓତା, ଦାଶ ବେନହୁର , ଆଇସିଏଚଆରର ପ୍ର ହରିହର ପଣ୍ଡା, ସସ୍ମିତ ପ୍ରସାଦ ପାଣି, ଚେୟାରମେନ ପିଜି କାଉନସିଲ ସୁଶାନ୍ତ କୁମାର ଦାଶ, ଉପ କୁଳସଚିବ ଉମା ଚରଣ ପତି, ଇତିହାସ ବିଭାଗ ମୁଖ୍ୟ ଅତୁଲ କୁମାର ପ୍ରଧାନ ମଂଚାସୀନ ଥିଲେ।
ଉଦଘାଟନୀ ଉତ୍ସବରେ ଅତିଥିମାନେ କହିଲେ ଯେ ଇତିହାସ ସାମାଜିକ ବିଜ୍ଞାନ ଓ ସାହିତ୍ୟର ମୂଳ ପ୍ରାଣ ଅଟେ । ତେଣୁ ଇତିହାସ ଅମୂଲ୍ୟ ଅଟେ। ଇତିହାସକୁ ବାସ୍ତବବାଦୀ, ଘଟଣା ଆଧାରିତ କରିବାର ସମୟ ଆସିଛି। ଇତିହାସକୁ ଅତିରଂଜିତ, କଳ୍ପନା ଆଧାରିତ କରିବାର ସମୟ ଚାଲିଯାଇଛି। ପଶ୍ଚିମ ଓଡ଼ିଶାର ପ୍ରତିରୋଧର ଇତିହାସ ସମୃଦ୍ଧ, ଅଥଚ ପ୍ରଘଟ ହୋଇନାହିଁ । ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ, ବିଭିନ୍ନ ରାଜଶାସିତ ଅଞ୍ଚଳରେ ସଂଗ୍ରାମ ହୋଇଛି । ସେଗୁଡିକୁ ଲୋକ ଲୋଚନକୁ ଆଣିବାକୁ ପଡ଼ିବ। ଏଥିପାଇଁ ଥିବା ତଥ୍ୟ ଓ ସାକ୍ଷ୍ୟ ଗୁଡ଼ିକୁ ଖୋଜି ବାହାର କରିବାକୁ ପଡିବ ।
ଉଦଘାଟନୀ ଉତ୍ସବ ପରେ ଦୁଇଟି ହଲରେ ସମାନ୍ତରାଳ ଭାବେ ଦୁଇଟି ଅଧିବେଶନରେ ବିଶିଷ୍ଟ ଐତିହାସିକ, ଅଧ୍ୟାପକ, ଗବେଷକ ଏବଂ ଲେଖକମାନେ ସନ୍ଦର୍ଭ ପାଠ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିନିଧି ତଥା ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି।ଏ ଅବସରରେ ଘେଁସ, ପାହାଡଶ୍ରୀଗିଡା, କୁଲାବିରା ଓ ଗଡଲୋଇସିଂର ସଂଗ୍ରାମୀ ଜମିଦାର ପରିବାରର ଜଣେ ଲେଖାଏଁ ଦାୟାଦ ଙ୍କୁ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ