ଶିକ୍ଷାନୁଷ୍ଠାନ ବିକାଶ ରେ ଛାତ୍ରଛାତ୍ରୀ ଙ୍କ ଭାଗୀଦାରୀ ଜରୁରୀ


ବୀରମହାରାଜପୁର : ପୂର୍ବରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଭିତ୍ତିଭୂମି ନିମ୍ନମାନର ଥିଲା I କଲେଜ ଗୁଡିକ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହେବା ଫଳରେ ସେମାନଙ୍କ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି I ଶିକ୍ଷାନୁଷ୍ଠାନ ମାନଙ୍କ ବିକାଶରେ ଛାତ୍ର ଛାତ୍ରୀ ମାନେ ପ୍ରମୁଖ ଭାଗିଦାରୀ ହେବା ଏକାନ୍ତ ଆବଶ୍ୟକ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ୫ଟି ରୂପାନ୍ତରଣ ସମ୍ପର୍କରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ସୁଦାମ ଚରଣ ସାହୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ସ୍ଥାନୀୟ ଉପଜ଼ିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବରେ ସ୍ଥାନୀୟ ବିଡ଼ିଓ ମୋତିଲାଲ ସୁଲିଆ , ପରିଚାଳନା ସମିତିର ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରି , ସଦସ୍ୟ ରଂଜିତ କୁମାର ରଥ , ରାଧାକାନ୍ତ ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ଇତିହାସ ବିଭାଗର ମୁଖ୍ୟ ଡ. ହିମାଂଶୁ ଶେଖର ପାଢି ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ I