ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୨ ଜଣଙ୍କୁ ଦିଆଗଲା ସହାୟତା

ସମ୍ବଲପୁର:ସ୍ଥାନୀୟ ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୨ ଜଣଙ୍କୁ ପାଠପଢା ଓ ଚିକିତ୍ସା ପାଇଁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଗତକାଲି ଟ୍ରଷ୍ଟ ସ°ସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଆବେଦନକାରୀଙ୍କ ସ୍ଥିତିକୁ ବିଚାରକୁ ନିଆଯାଇ ୩ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦ ମୋଟ ୫୦ ହଜାର ଟଙ୍କା ଏବଂ ୯ ଜଣଙ୍କୁ ପାଠପଢା ଖର୍ଚ୍ଚ ବାବଦ ମୋଟ ୬୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଏହାସହିତ ୩ ଜଣ ଛାତ୍ରୀଙ୍କୁ ଆସନ୍ତା ବର୍ଷ ମାସ ଯାଏ ମାସିକ ମୋଟ ୫ ହଜାର ୭୫୦ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟ୍ରଷ୍ଟ ସମ୍ପାଦକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ ଯଥାକ୍ରମେ ପୂର୍ବ ବୈଠକର ବିବରଣୀ ଓ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ। ଆଲୋଚନାରେ ଟ୍ରଷ୍ଟ ସଭ୍ୟବୃନ୍ଦ ଡ.ନିରୂପମା ବଡପଣ୍ଡା, ସୁଧୀର ପୂଜାରୀ, ଦେବାଶିଷ ନନ୍ଦ, ବିପିନ ପଣ୍ଡା, ସୁବ୍ରତ ପଣ୍ଡା ଓ ଶିବ ନନ୍ଦ ତଥା ସ୍ବତନ୍ତ୍ର ନିମନ୍ତ୍ରିତ ଉଦ୍ଧବ ମହାପାତ୍ର ଭାଗନେଇଥିଲେ।