ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ହାତୀ ଆତଙ୍କ । ଶନିବାର ସକାଳେ ସୁବଳୟା ମହାବିଦ୍ୟାଳୟ ପଛପଟ ମେଗା ଜଳସେଚନ ପ୍ରକଳ୍ପ ନିକଟରେ ଥିବା କପା ଚାଷ ମଝିରେ ଦୁଇଟି ବଣୁଆ ହାତୀ ଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଗତ ଶୁକ୍ରବାର ରାତିରେ ହାତୀ ଦୁଇଟି ଟେଭାପଦର୍ ଜଙ୍ଗଲ ମଧ୍ୟରୁ ମହାନଦୀ ଦେଇ ସୁବଳୟା କପା ଚାଷ ମଧ୍ୟ କୁ ଚାଲି ଆସିଥିବା ଲୋକମାନେ କହୁଛନ୍ତି । ସକାଳ ହୋଇଯିବାରୁ ହାତୀ ଦ୍ୱୟ ଆଉ ଫେରି ପାରିନଥିଲେ । ଏହାଦେଖି ଲୋକମନେ ଭୟଭୀତ ହୋଇ ପଡ଼ିଥିଲେ । ଖବର ପାଇ ବନ ବିଭାଗ ହାତୀ ଦ୍ୱୟକୁ ପୋଲିସ ଓ ବନବିଭାଗ ସକାଳରୁ ଚେଷ୍ଟା କରୁଥିବା ବେଳେ ହାତୀ ଦ୍ୱୟକୁ ନଜରରେ ରଖିଛନ୍ତି । ଲୋକଙ୍କ ଭିଡ଼ ଦେଖି ହାତୀ ଦ୍ୱୟ କୌଣସି ଆଡ଼କୁ ଯାଉନାହାନ୍ତି । ହାତୀ ଙ୍କୁ କିପରି ସେଠାରୁ ଘଉଡାଇବେ ସେନେଇ ପୋଲିସ ଓ ବନବିଭାଗ ପ୍ରୟାସ କରୁଛନ୍ତି। ଯେକୌଣସି ପ୍ରକାରେ ହାତୀ ସୁବଳୟା ବସ୍ତି ଆଡ଼କୁ ଆସିବାକୁ ନ ଦେଇ ରାତି ହେଲେ ନଦୀ ରାସ୍ତାରେ ଘଉଡ଼ାଇବାକୁ ହେବ ବୋଲି ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଲୋକଙ୍କ କୌଣସି ପ୍ରକାର କ୍ଷତି ନହେବା ପାଇଁ ସୁବଳୟା ସହକାରୀ ବନ ଅଧିକାରୀ ଅବିନାଶ ବରିହା ବନ କର୍ମଚାରୀ ଓ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଏବଂ ପୋଲିସ କର୍ମଚାରୀ ହାତୀ ଦ୍ୱୟକୁ ଜଗି ରହିଛନ୍ତି ।
ସୁବଳୟା ଅଞ୍ଚଳରେ ଦୁଇ ବଣୁଆ ହାତୀ , ନାକେଦମ କଲେଣି ବନ ବିଭାଗ କୁ
