Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ନାଟ୍ୟକଳା ପରିଷଦ: ବାର୍ଷିକ ଉତ୍ସବରେ ମଞ୍ଚସ୍ଥ କରିବ ୨ ନାଟକ

ସମ୍ବଲପୁର:ସହରର ସର୍ବ ପୁରାତନ ନାଟ୍ୟନୁଷ୍ଠାନ ସମ୍ବଲପୁର ନାଟ୍ୟକଳା ପରିଷଦର ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଆଜି ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଡ଼. ଶିବ ନାରାୟଣ ଶତପଥିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ ଶିଶୁ ଦିବସ ନଭେମ୍ବର 14 ତାରିଖ ଦିନ ହେବାକୁ ଥିବା ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା ହୋଇଥିଲା l ଏବର୍ଷ ଏହି ପ୍ରତିଷ୍ଠା ଦିବସରେ ବିରୁପାକ୍ଷ ପ୍ରଧାନ ଓ ସୂର୍ଯ୍ୟ ପାଣିଗ୍ରାହୀଙ୍କ ୨ଟି ନାଟକ ମଞ୍ଚସ୍ଥ ହେବାର ନିଷ୍ପତ୍ତି ନିଆଯାଇଥିଲା l ଏହି ଅବସରରେ ଓଡିଶା ନାଟ୍ୟସଙ୍ଘର ହେବାକୁଥିବା ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଅନୁଷ୍ଠାନ ର ସମ୍ପାଦକ ଡ଼. ସିଦ୍ଧାର୍ଥ ପଣ୍ଡା ଅନୁଷ୍ଠାନ ର ଏବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l ଆଜିର ବୈଠକରେ ଅଶୋକ ମିଶ୍ର, ଅପର୍ଣ୍ଣା ପାଢ଼ୀ, ସଂଯୁକ୍ତା ପଣ୍ଡା, ଡ଼. ସୁରୁବାବୁ ମେହେର, ସୁବାସ ନନ୍ଦ, ଗୋରେଖଲାଲ ଦାସ, ମାହେଶ୍ୱରୀ ପାଣିଗ୍ରାହୀ, ପ୍ରଶାନ୍ତ ମହାରଣା, ଅରବିନ୍ଦ ମିଶ୍ର, ଶିରୀଶ ଚନ୍ଦ୍ର ପୂଜାରୀ, ବିରୁପାକ୍ଷ ପ୍ରଧାନ, ସୂର୍ଯ୍ୟ ପାଣିଗ୍ରାହୀ, ସନ୍ତୋଷ ମିଶ୍ର, ନରେନ୍ଦ୍ର ବେହେରା,ପ୍ରଭାସ ବାନାର୍ଜୀ,ଡ଼. ସତ୍ୟ ନାରାୟଣ ଠାକୁର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବିରୁପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories