Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ :ପ୍ରତିକୂଳ ପରିସ୍ଥିତି ରେ କାମ କରି ଶିଖ

ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିରର ସପ୍ତବିଂଶ ତମ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମା ଵାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ପରେ ଆଜିର ପ୍ରଥମ ଅଧିବେଶନର ପ୍ରଶିକ୍ଷିକା ବୁଢାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀ,ବୈଜ୍ଞାନିକ ସାର ଆଇଜାକ ନିଉଟନଙ୍କ ଜୀବନୀ ଉପରେ ଆଲୋଚନା ଆରମ୍ଭ କରି, ନିଉଟନଙ୍କ ପୁଥିବୀକୁ ଅବଦାନ ଓ ବିଭିନ୍ନ ଗବେଷଣା ମୂଳକ ତଥ୍ୟ ଉପରେ ପିଲାଙ୍କୁ ବିଭିନ୍ନ ଘଟଣାବଳୀ ସହ ବୁଝେଇ ଥିଲେ। ଦ୍ଵିତୀୟ ଅଧିବେଶନକୁ ବିଜ୍ଞାନ ର ଚିନ୍ତାଧାରା ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭକରି ପ୍ରଫେସର ଶଙ୍କର ପ୍ରସାଦ ପତି ବିଜ୍ଞାନର ବିଭିନ୍ନ ଦିଗ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ।ଆଜି ଏହି ଅବସର ରେ ସଭ୍ୟ ପ୍ରଫେସର ମୁରଲୀଧର ପ୍ରେମନାଥ ନାୟକ ଙ୍କ ପୃଷ୍ଠପୋଷକତା ରେ ପ୍ରଦତ୍ତ ଗୃମିଙ୍ଗ ଉନିଫର୍ମ କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନକୁ ବିତରଣ କରାଯାଇଥିଲା। । ଲାଇବ୍ରେରୀର ଅନ୍ୟତମ ସଭ୍ୟ ପ୍ର.ସଚିନ୍ଦ୍ର କୁମାର ମିଶ୍ର ଗୃମିଙ୍ଗ କାର୍ଯ୍ୟକ୍ରମ କୁ ଆର୍ଥିକ ସାହାଯ୍ୟ ସ୍ୱରୂପ ଦଶ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ସଂଚାଳକ ରାଜେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ। କାର୍ଯକ୍ରମରେ ପ୍ର.ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ର. ମୂରଲୀଧର ପ୍ରେମନଥ ନାୟକ, ପ୍ର. ରବିନାରାୟଣ ମିଶ୍ର ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ,ଉଦିତ ଚନ୍ଦ୍ର ପାଟଯୋଶି,ଜିତେନ୍ଦ୍ରିୟ ପ୍ରଧାନ,ଡ଼. ଗିରିଧାରୀ ହୋତା,ଡ଼ ଦେବେନ୍ଦ୍ର କୁମାର ପଣ୍ଡା,ସଚିନ୍ଦ୍ର କୁମାର ମିଶ୍ର,ଅନନ୍ତ କୁମାର ବେହେରା ପ୍ରଦୀପ କୁମାର ପଣ୍ଡା ,ଡ଼. ଜୟଦେବ ମେହେର,ଓ ଗୋଳକ ବିହାରୀ ମିଶ୍ର ପ୍ରମୁଖଙ୍କ ସମେତ କିଛି ଅବିଭାବକ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ସାହଯ୍ୟ ପ୍ରଦାନ କରିଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୦ ଟି ହାଇସ୍କୁଲ ରୁ ୧୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହେଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ