Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି ର ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତି

ଗୋପାଳପୁର,୦୮/୧୦ ବିଜୁ ଜନତା ଦଳ ପକ୍ଷରୁ ଗୋପାଳପୁର ର ବିଜେଡି ନେତା ଶଶିଭୂଷଣ ମହାନ୍ତି(ମିଲୁ ଭାଇ) ଙ୍କୁ ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବରେ ଘୋଷଣା ପରେ ଗୋପାଳପୁର ରେ ଖୁସିର ଲହରି ଖେଳି ଯାଇଛି। ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶଶିଭୂଷଣ ଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବା ଦଳର ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଏହାକୁ ଅବଗତ କରାଯାଇଛି । ଶ୍ରୀ ମହାନ୍ତି ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ପ୍ରତ୍ୟକ୍ଷ ରାଜନୀତି କରି ଅନେକ ସୁଫଳ ପାଇଥିବା ବେଳେ ଛାତ୍ର ସମୟରୁ ହିଁ ରାଜନୀତି କରି ନିଜର ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିବା ସହ ନିଜକୁ ନେତା ଭାବରେ ଠିଆ କରାଇବାରେ ସକ୍ଷମ ହୋଇ ପାରିଛନ୍ତି। ବ୍ରହ୍ମପୁର ସିଟି କଲେଜରେ ପାଠ ପଢିବା ସମୟ ରେ ଛାତ୍ର ରାଜନୀତି କରିବା ସହ ୧୯୮୭ ରେ କଲେଜ ଛାତ୍ର ସଂସଦ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ।ପାଠ ପଢା ସାରିବା ପରେ ସକ୍ରିୟ ଭାବେ ରାଜନୀତି ରେ ସାମିଲ ହୋଇ ୧୯୯୭ ରେ ଗୋପାଳପୁର ଏନ ଏ ସି ରେ ଓ୍ବାର୍ଡ ନଂ ୧ ରୁ କାଉନସିଲର ଭାବେ ନିର୍ବାଚିତ ହେବା ସହ ୨୦୦୩ ରେ ଏନ ଏ ସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।୨୦୧୭ ରେ ୫୫ ନଂ ଜୋନ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହେବା ସହ ଗୋପାଳପୁର ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ,ଆଲ୍ଲୀପୁର ସମବାୟ ସମିତି ସଭାପତି, ୟୁନଭରସିଟି ହାୟର ସେକେଣ୍ଡାରୀ କଲେଜ ର ପରିଚାଳନା କମିଟି ସଦସ୍ୟ, ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ, ଜିଲ୍ଲା ଭେଲ୍ୟୁସନ କମିଟି ସଦସ୍ୟ ଭାବରେ ନିଜର କାର୍ଯ୍ୟ ସଠିକ ଭାବେ ସମ୍ପାଦନା କରି ନିଜର ପତିଆରା ଜାହିର କରି ପାରିଥିଲେ।ଏହା ସହ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ଦାୟିତ୍ଵ ଦଳ ପକ୍ଷରୁ ଦିଆଯାଇଥିବା ବେଳେ ଏହାକୁ ମଧ୍ୟ ସେ ସୂଚାରୁରୂପେ ସମ୍ପାଦନା କରି ପାରିଥିଲେ ବୋଲି ଶ୍ରୀ ମହାନ୍ତି ମତପୋଷଣ କରିଛନ୍ତି।ଏହା ସହ ସେ ଦଳ ପକ୍ଷରୁ ଭରସା ଓ ବିଶ୍ବାସ କରାଯାଇ ତାଙ୍କୁ ଏହି ଗୁରୁ ଦାୟିତ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପକ୍ଷରୁ ଦିଆଯାଇଥିବା ରୁ ସେ ତାଙ୍କୁ ପ୍ରଣାମ ଓ ଧନ୍ୟବାଦ ପ୍ରଦାନ ସହ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ପ୍ରମୁଖ ଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଏହି ଅବସରରେ ସାଧୁବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories