Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ ନେଇ ଥାନାରେ ମାମଲା।ମଶାଣି କୁ ଯିବା ପୂର୍ବରୁ ଶବ ଜବତ, ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର।

ଗୋପାଳପୁର ୮/୧୦ ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲୀପୁର ଛକ ର ଜଣେ ଯୁବକଙ୍କ ସନ୍ଦେହ ଜଣକ ଅବସ୍ଥାରେ ସମ୍ବଲପୁର ରେ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଶବକୁ ଗାଁ କୁ ଆଣି ଶଶ୍ମାନ କୁ ଶେଷକୃତ୍ୟ ପାଇଁ ନେବା ବେଳେ ଅଭିଯୋଗ ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି। ଘଟଣା ନେଇ ମୃତକ ଯୁବକ ବଳରାମ ସାହୁ (୩୭) ଙ୍କ ପତ୍ନୀ ଗୀତାଞ୍ଜଳି ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ମୃତକ ବଳରାମ ଗତ ୨୮ ତାରିଖ ରେ ସମ୍ବଲପୁର ରେ ରହୁଥିବା ତାଙ୍କ ସାଙ୍ଗ ବୁଲୁ ଙ୍କ ନିକଟକୁ ଯାଇଥିଲେ। ସେଠାରେ ରହୁଥିବା ସମୟରେ ବଳରାମ ଶନିବାର ବଳରାମ ଶୌଚ ହେବାକୁ ଯାଇଥିଲେ l ଦୀର୍ଘ ସମୟ ପର୍ଯ୍ୟନ୍ତ ବଳରାମ ଶୌଚାଳୟ ରୁ ନବାହାରିବାରୁ ବୁଲୁ କବାଟ ବାଡେଇ ଥିଲେ l ସନ୍ଦେହ ହେଵା ପରେ ପୋଡ଼ଶୀ ଙ୍କ ଉପସ୍ଥିତିରେ କବାଟ ଭାଙ୍ଗିଥିଲେ l ବଳରାମ ଅଚେତ ଅବସ୍ଥାରେ ଶୌଚାଳୟ ପରିସରରେ ପଡ଼ି ରହିଥିବା ଦେଖିବା ସହ ନିଶ୍ୱାସ ପ୍ରଶ୍ୱାସ ଯାଉନଥିବା ଜାଣିପାରି ବଳରାମ ଙ୍କ ବାପା ଓ ଭାଇକୁ ଖବର ଦେଇଥିଲା l ପରେ ପରିବାର ପକ୍ଷରୁ ବଳରାମ ଙ୍କ ମୃତ ଶରୀରକୁ ନିଜ ଗ୍ରାମ ଅଲ୍ଲିପୁର ଛକରେ ରହୁଥିବା ଘରକୁ ଆଣିବା ପାଇଁ କହିଥିଲେ l ଶନିବାର ପ୍ରାୟ ସନ୍ଧ୍ୟା ୫ଟା ସମୟରେ ବୁଲୁ ଙ୍କ ପକ୍ଷରୁ ବଳରାମ ଙ୍କ ମୃତ ଶରୀରକୁ ବ୍ରହ୍ମପୁର ଠାରେ ପରିବାରକୁ ହସ୍ତାନ୍ତର କରିଥିବା ବାପା ଅଭିରାମ ସାହୁ ପ୍ରକାଶ କରିଛନ୍ତି l ବଳରାମ ଙ୍କ ପରିବାର ଲୋକେ ମୃତଶରୀର କୁ ଶଶ୍ମାନ କୁନେବା ପାଇଁ ପ୍ରସ୍ତୁତି ସରିଥିବା ବେଳେ ପତ୍ନୀ ଗୀତାଞ୍ଜଳି ବଳରାମର ମୃତ୍ୟୁକୁ ସନ୍ଦେହ କରି ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି କେସ ନମ୍ବର ୧୯/୨୩ରେ ଅପମୃତ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲା l ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନିଜ ଗ୍ରାମ ଶଶ୍ମାନ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ପୁଲିସ କହିଛି l ଏ ନେଇ ବଳରାମର ବାପାଙ୍କସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ ତାଙ୍କ ପୁଅ ବଳରାମ ଜଣେ ହୃଦରୋଗୀ ଥିବା ସହ ମେଡିସିନ ଖାଉଥିଲେ। ଅନ୍ୟ ପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳରାମ ଙ୍କ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories