Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ଭେଟଘାଟ’ ଓ ‘ବାଟେ ଘାଟେ’ କାର୍ଯ୍ୟକ୍ରମ

ଦେବଗଡ଼:ଆଜି ସ୍ଥାନୀୟ ପ୍ରଧାନପାଟ ଠାରେ ‘ବାଟେ ଘାଟେ’ ଓ ‘ନୂଆଁଖାଇ ଭେଟଘାଟ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଛାତ୍ରଛାତ୍ରୀ ତଥା କଳାକାର ମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିବା ସହ ଗୋଟିଏ ମଂଚରେ ନିଜର କଳାର ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନପା‌ଟର ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ସ୍ଥାନରେ ବିବିଧ କାର୍ଯ୍ୟକ୍ରମ ରାମ୍ଫ ସୋ,ରଙ୍ଗୋଲି, ପେଣ୍ଟିଂ, ଦଳଗତ ନୃତ୍ୟ, ଏଇରୋବିକ, ସଂଗୀତ ଏବଂ ବାଦ୍ୟଯନ୍ତ୍ର, ଶାୟରୀ, ପଥପ୍ରାନ୍ତ, ଏକାଙ୍କିକା, କୁଇଜ ଏବଂ ବିଷୟଭିତିକ ବକ୍ତୃତା, କ୍ରିକେଟ୍, କବି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହାସହିତ ସ୍ୱାସ୍ଥ୍ୟ ଶିବିର, ବିଭାଗୀୟ ଯୋଜନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାପରେ କୃତୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରିକ୍ଷୀତ ସାହୁ, ଡେପୁଟୀ କଲେକ୍ଟର ରୁବି ବେହେରା, ଲୀଳାବତୀ ନାୟକ, ସୁଶାନ୍ତ ନାୟକ, ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।