Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷୁଦ୍ର ଚଳଚ୍ଚିତ୍ର ସମିଆ ର ଜଗନ୍ନାଥ ମନ୍ଦିର ପରିସରରେ ଶୁଭ ମହୁରତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ରବିବାର କଦମ୍ ଫୁଲ ଫିଲ୍ମ୍ କ୍ରିଏସନ ତରଫରୁ  କ୍ଷୁଦ୍ର ଚଳଚିତ୍ର “ସମିଆ” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ  ଯୁଗୋଲ କିଶୋର ମିଶ୍ର , କବି ଲେଖକ ଗିତିକାର ତଥା ଗାୟକ ଡ.ଅନିରୁଦ୍ଧ କୁରକୁରିଆ , କବି ଦ୍ବୀତିକୃଷ୍ଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ  ପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରା ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଅତିଥି ଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା I ଲେଖକ ଯୁଧିଷ୍ଠିର ଖମାରୀ ଓ  ନିର୍ଦ୍ଦେଶକ ରାଧେଶ୍ୟାମ ମିଶ୍ର ଚଳଚିତ୍ର ବିଷୟ  ଉପରେ ଆଲୋଚନା କରିଥିଲେ । ଚଳଚିତ୍ର ରେ କଣ୍ଠ ଶିଳ୍ପୀ ନାରାୟଣ ମହାକୁର କଣ୍ଠଦାନ  କରି ଥିବାବେଳେ ସଂଗୀତରେ ସଜେଇଛନ୍ତି ଡଃ ଅନିରୁଦ୍ଧ କୁରକୁରିଆ । ଅଭିନୟ ରେ ଅଛନ୍ତି  ଦିଲ୍ଲୀପ ତ୍ରିପାଠୀ , ଜୟଶ୍ରୀ ଜୁବଲି ବାଘ , ରାଧେଶ୍ୟାମ ମିଶ୍ର , ଯୁଧିଷ୍ଠିର ଖମାରୀ ପ୍ରମୁଖ I ଶିଶୁ କଳାକାର ଭାବେ ଆକାଂକ୍ଷା ଅର୍ପିତା ପଧାନ ରହିଥିବା ଜଣାଯାଇଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ