Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ ପ୍ରାତଃ ସ୍ମରଣୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ, ଏକ ଭକ୍ତିମୟ ପରିବେଶରେ, ପ୍ରାତଃ ସ୍ମରଣୀୟ ଉତ୍କଳମଣି ପୂଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ 147 ତମ ଜନ୍ମ ଜୟନ୍ତୀ ପାଳନ କରା ଯାଇଅଛି | ଲୋକ ସେବକ ମଣ୍ଡଳ, ସ୍ଥାନୀୟ ପରାମର୍ଶଦାତା କମିଟି ର ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଙ୍କ ତତ୍ତ୍ଵ|ବଧାନରେ ଡାକ୍ତର ଶ୍ରୀମତୀ ନାରାୟଣୀ ପଣ୍ଡା, ଡାକ୍ତର ରମାବଲ୍ଲଭ ମିଶ୍ର, ଡ଼ଃ ବିଜୟାନନ୍ଦ ବେହେରା, ସମାଜସେବୀ ଓ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର୍, ଲୋକନାଥ ରାଉତ, ଖଗେଶ୍ୱର ନାୟକ, ଲିଙ୍ଗରାଜ ସାହୁ ପ୍ରମୁଖ ବରପୁତ୍ର ଉତ୍କଳମଣି ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ, ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଭାରତୀୟ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନ ର କର୍ଣ୍ଣଧାର ହୋଇ ଥିବାରୁ ଉତ୍କଳମଣି ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାର ମହାତ୍ମା ଗାନ୍ଧି ଭାବରେ ସୁପରିଚିତ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ