Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଙ୍କଟରେ ବିଶ୍ବ ବ୍ୟାଙ୍କ ଶିଳ୍ପ; ୧୧ ଦିନରେ ବୁଡିଲାଣି ୪ ବ୍ୟାଙ୍କ

ନୂଆଦିଲ୍ଲୀ: ସଙ୍କଟରେ ବିଶ୍ବ ବ୍ୟାଙ୍କ ଶିଳ୍ପ। ୧୧ ଦିନରେ ବୁଡିଲାଣି ୪ ବ୍ୟାଙ୍କ। ପଞ୍ଚମ ବ୍ୟାଙ୍କ ବୁଡିବା ଭଳି ସ୍ଥିତି ମଧ୍ୟ ଉପୁଜିଲାଣି। ବିଭିନ୍ନ କାରଣରୁ ବ୍ୟାଙ୍କଗୁଡିକ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ସିଲ୍‌ଭରଗେଟ୍‌ କ୍ୟାପିଟାଲ ବୁଡିବା ପଛର କାରଣ ହେଉଛି କ୍ରିପ୍ଟୋକରେନ୍ସି ବଜାର ଭୁଶୁଡିବା। କ୍ରିପ୍ଟୋରେ ଏହାର କାରବାର ଅଧିକ ଥିଲା। କ୍ରିପ୍ଟୋକରେନ୍ସି ବଜାର ଭୁଶୁଡିବା ପରେ ବ୍ୟାଙ୍କ ଅଚଳ ହୋଇଯାଇଛି। ତେବେ ବ୍ୟାଙ୍କଗୁଡିକୁ କିଭଳି ବନ୍ଦ ହେବାରୁ ରୋକା ଯାଇପାରିବ ସେ ନେଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଓ ଫେଡେରାଲ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ କର୍ପ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।

ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ଷ୍ଟାଟ୍‌ଅପ୍‌ଗୁଡିକରେ ବିପୁଳ ନିବେଶ କରୁଥିଲା। ଦରଦାମ ମୁକାବିଲା ଲାଗି ଫେଡେରାଲ ରିଜର୍ଭ ବାରମ୍ବାର ସୁଧ ବଢାଇବା ପରେ ଋଣ ନେବା କଷ୍ଟକର ହୋଇପଡ଼ିଥିଲା। ଫଳରେ ଜମା ଥିବା ରାଶି ଉଠାଇ କାମ ଚଳାଇବାକୁ ପଡ଼ିଲା। ଗୋଟେ ଦିନରେ ୪୦୦୦ କୋଟି ଡଲାର ଉଠାଇ ନେବାରୁ ବ୍ୟାଙ୍କ ବନ୍ଦ ହୋଇଗଲା।

ବିଫଳ ହୋଇଥିବା ଆଉ ଏକ ବ୍ୟାଙ୍କ ହେଉଛି ସିଗ୍‌ନେଚର ବ୍ୟାଙ୍କ। ବ୍ୟାଙ୍କରେ ଜମା ଥିବା ୨୦% ରାଶି ଜମାକାରୀ ଉଠାଇ ନେବା ପରେ ବ୍ୟାଙ୍କ ବନ୍ଦ ହେବା ଭଳି ଜଟିଳ ପରିସ୍ଥିତି ଉପୁଜିଥିଲା। ଗତ ସପ୍ତାହରେ ସ୍ବିଜରଲାଣ୍ଡର କ୍ରେଡିଟ୍‌ ସ୍ବିସ୍‌ ବ୍ୟାଙ୍କ ମଧ୍ୟ ବୁଡିଯାଇଥିଲା। ସ୍ବିଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାର ମିଳିତ ଭାବେ ୟୁବିଏସ୍‌ ବ୍ୟାଙ୍କ ଜରିଆରେ ଉଦ୍ଧାର କରିଛନ୍ତି।