Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ଐତିହ୍ଯର ସୁରକ୍ଷା ପ୍ରତି କୁଣୁହାଁ ମିର୍ଦ୍ଧା ସମାଜର ଗୁରୁତ୍ୱ

ସମ୍ବଲପୁର :ଆଦିବାସୀ ସଂପ୍ରଦାୟର ଐତିହ୍ୟ,ପରମ୍ପରା ଖୁବ ପ୍ରାଚୀନ । ଏହାର ସୁରକ୍ଷାହିଁ ଆଦିବାସୀ ସଂପ୍ରଦାୟର ପରିଚୟ ବୋଲି ଆଜି ଯୁଯୋମୁରା ବ୍ଲକର ଟାମ୍ପରଗଡ ପଞଚାୟତ ବାସୁପାଲି ଠାରେ ଅନୁଷ୍ଠିତ କୁଣୁହାଁ ମିର୍ଦ୍ଧା ସମାଜର ଏକ ସଭାରେ ଗୁରୁତ୍ୱ ପ୍ରକାଶ ପାଇଛି।
ସଭାରେ ସମ୍ବଲପୁର ଜିଲ୍ଲା ପାଇଁ ନବ ନିଯୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶୋଭାରାମ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ବିକାଶ ପାଇଁ ଶିକ୍ଷା,ଦୀକ୍ଷା ସହିତ ଐତିହ୍ଯ ଓ ପରମ୍ପରା କେତେ ଗୁରୁତ୍ବ ପୁର୍ଣ୍ଣ ସେ ବିଷୟରେ ଆଲୋକପାତ କରି ସମାଜର ସଂହତି ଉପରେ ସଚେତନ କରାଇଥିଲେ। ଏହି ବୈଠକରେ ଟାମ୍ପରଗଡ ପଞ୍ଚାୟତରପୁର୍ବତନ ସମିତି ସଭ୍ୟ ସାରଥି ମିର୍ଦ୍ଧା ଅଧ୍ୟକ୍ଷତା କରି ବାସୁପାଲି ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏହାର ସମାଧାନ ଦିଗରେ ଏକତା ସୂତ୍ର କିଭଳି ରାମବାଣ ଭଳି କାର୍ଯ୍ୟ କରିବ ସେ ସଂପର୍କରେ ବିଷୟରେ ଉପସ୍ଥିତ ସମାଜ ପ୍ରତିନିଧି ମାନଙ୍କ ପରାମର୍ଶ ଲୋଡିଥିଲେ। ସଭାରେ ଟାମ୍ପରଗଡ ପଞ୍ଚାୟତର ସମିତି ସଭ୍ୟ ସରୋଜ ମିର୍ଦ୍ଧା,ସନାତନ ମିର୍ଦ୍ଧା, ସୋନୁରାମ ମିର୍ଦ୍ଧା,ଋଷି ମିର୍ଦ୍ଧା,ରାହାସ ମିର୍ଦ୍ଧା,ଭକ୍ତି ମିର୍ଦ୍ଧା,କଳ୍ପନା ମିର୍ଦ୍ଧା,ପଦ୍ମା ମିର୍ଦ୍ଧା,ହରିପ୍ରିୟା ମିର୍ଦ୍ଧା,ସୁରେଖା ମିର୍ଦ୍ଧା,ସୀତା ମିର୍ଦ୍ଧା,ସୁବାସିନୀ ମିର୍ଦ୍ଧା ପ୍ରମୂଖ ଅଂଶଗ୍ରହଣ କରି ନିଜ ସମାଜର ସାମାଜିକ ଓ ସାଂସ୍କୃତିକ ବିକାଶ ଉପରେ ବିଭିନ୍ନ ମତ ପୋଷଣ କରିଥିଲେ। ଶେଷରେ ଆକାଶ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories