Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

ସମ୍ବଲପୁର: ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୁର୍ଲା ଭିମସାର ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଜ୍ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭିଜିଲାନ୍ସ ଜଜ୍ ଧନୁର୍ଦ୍ଧର ସେନାପତି ,ଜୁଡିସିଆଲ ମାଜିଷ୍ଟ୍ରେଟ , ଭିମସାର ଡା.ବିରେନ୍ଦ୍ର କୁମାର ନାୟକ,ଭିମସାର ମ୍ୟାନେଜର ଦିପିକା ପ୍ରଧାନ,ସମାଜସେବୀ ନିହାଲ ସିଂ,ଦୁଷ୍ମନ୍ତ ବେହୋରା,ଅଙ୍କିତ ଗୁରୁ ପ୍ରମୁଖ ଅଂଶ ଗ୍ରହଣ କରି ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବା ସହିତ ମାନସିକ ରୋଗରେ ପିଡିତ ଓ ପରିବାର ସଦସ୍ୟ ମାନଙ୍କୁ ଏହାର କାରଣ ଓ ନିରାକାରଣ ସଂପର୍କରେ ବୁଝାଇଥିଲେ। ଏହାକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସୋମ୍ୟା ପ୍ରଧାନ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ