ବୀରମହାରାଜପୁର ରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ରେଆର ସୋନପୁର ତରଫରୁ ବେସିକ୍ ନିଡସ୍ ଇଣ୍ଡିଆ ସହାୟତା ରେ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରେଆର ର ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିବା ବେଳେ ବିଶ୍ବମ୍ବର ସାହୁ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ , ସମ୍ମାନିତ ଅତିଥି ଭାବରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସାମୟୀ ପଣ୍ଡା , ମେଡିକାଲ ଅଫିସର ( ଆୟୁଷ) ପ୍ରମୋଦ କୁମାର ମହାପାତ୍ର , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶିଲ କୁମାର ପରିଡା , ସାମ୍ବାଦିକ ପିତାମ୍ବର ସାହୁ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଳତା ମିଶ୍ର , ବିଆର୍ଟି ଦିଲିପ ପଧାନ , ସଙ୍ଗିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କ୍ଷେତ୍ର ସହାୟକ ମିତ୍ରଭାନୁ ମଲିକ ବ୍ଲକ ର ୧୧ଗୋଟି ପଞ୍ଚାୟତ ରେ ମାନସିକ କାର୍ଯ୍ୟକ୍ରମ ର ସ୍ଥିତି ବିଷୟରେ ଉପସ୍ଥାପନ କରିଥିଲେ । ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନତା , ଚିକିତ୍ସା , ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାନସିକ ଅସୁସ୍ଥ ବ୍ୟକ୍ତି , ସିୟା ପରିବାର ର ସଦସ୍ୟ , କାର୍ଯ୍ୟକ୍ରମ ରେ କାର୍ଯ୍ୟରତ ସେଛାସେବୀ ମାନେ ଯୋଗ ଦେଇଥିଲେ।