ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସମସ୍ତ ୧୬ ଟି କ୍ଲଷ୍ଟର ରେ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ସୋମବାର ଅନୁଷ୍ଠିତ ହୋଇଯାଇଛି । ବହଳପଦର କ୍ଲଷ୍ଟର ର ଅମରପାଲି ସରକାରୀ ୟୁପି ସ୍କୁଲ ରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମରେ କ୍ଲଷ୍ଟର ୧୧ ଟି ସ୍କୁଲର ୧୨୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଜୁନିଅର ଓ ସିନିୟର ବର୍ଗରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକୃତା , ତର୍କ , ଚିତ୍ରାଙ୍କନ , ସଙ୍ଗୀତ , ସୃଜନ ଲିଖନ , କୁଇଜ୍ , ନୃତ୍ୟ , ସୁନ୍ଦର ହସ୍ତାକ୍ଷର ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରଧାନ ଶିକ୍ଷକ ରାମନାରାୟଣ ହୋତା , ରଞ୍ଜନ ପାଣ୍ଡେ , ରଜତ ପ୍ରଧାନ , ବିଶ୍ଵନାଥ ନାଏକ ପ୍ରମୁଖ ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ସ୍ଥାନୀୟ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ପୌରହିତ୍ୟ କରିଥିଲେ। ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ବହଲପଦର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ପୀତାମ୍ବର ସାହୁ , ସିଆରସିସି କମ୍ଭୁ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଅତିଥିମାନେ ପୃଷ୍ଠପୋଷକତା ପ୍ରତିଭା ର ବିକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଅକ୍ଷୟ ରାଏ ସଭା ସଂଯୋଜନା କରିଥିବା ବେଳେ ପ୍ରଦୀପ ଜଗଦଲା ଉଦ୍ଦେଶ୍ୟ ଜ୍ଞାପନ , ମଧୁସୂଦନ ମେହେର ଅତିଥି ପରିଚୟ ପ୍ରଦାନ ଓ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶୁଭାଶିଷ ମିଶ୍ର , ତପକିରଣ ସାହୁ , ଯଦୁମଣି ବାଘ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ । ୨୪ ଜଣ ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ ସୁରଭି କୁ ମନୋନୀତ ହୋଇଛନ୍ତି । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବ୍ଲକର ଟାଙ୍ଗରସାହି , ଟେଭାପଦର , ବୁଠୀପଦର , ଖଣ୍ଡହତା , ପିତମହୁଲ , ଡୁଲେଶ୍ୱର , ମେଣ୍ଡମାଳ ରେ ହୋଇଥିବା ସୁରଭି ରେ ଯୋଗଦେଇଥିଲେ । ବି ଇ ଓ ଶାନ୍ତନୁ କୁମ୍ଭକାର ଉଫୁଲା , ଟାଙ୍ଗରସାହି , ଟେଭାପଦର , ପିତମହୁଲ , ସେରଗେଡ଼ା ଓ କେନଝିରିଆପାଲି ହାଇସ୍କୁଲ ରେ ହୋଇଥିବା ସୁରଭି ରେ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।
ବୀରମହାରାଜପୁର ର 16 କ୍ଳଷ୍ଟର ରେ ସୁରଭି କାର୍ଯ୍ୟକ୍ରମ
