Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଅସହାୟ ପରିବାରର ଶବ ସତ୍କାର କଲା ସମ୍ବଳ ପରିବାର

ଚିପିଲିମା,ସମ୍ବଲ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଦୁଇଟି ଅସହାୟ ଏବଂ ଗୋଟିଏ ଅଜଣା ଶବ ସତ୍କାର କରାଯାଇଛି l ଅନୁଗୁଳ ଜିଲ୍ଲା ର ମୂଳ ନିବାସୀ ବର୍ତ୍ତମାନ କୁଲୁତକlନି ନିବାସୀ ୪୫ ବର୍ଷୀୟ ଲଷ୍ମୀଧର ସାହୁ ଗତକାଲି ନାଲି ରେ ପଡି ମୃତ୍ୟୁ ବରଣ କରିଥିଲେ l ସେ ଜଣେ ଗରିବ ଶ୍ରେଣୀୟ ଥିଲେ ତେଣୁ ତାଙ୍କ ସ୍ତ୍ରୀ ପ୍ରମିଳା ସାହୁ ତାଙ୍କ ଶବ ସତ୍କାର କରିବା ପାଇଁ ସକ୍ଷମ ନ ଥିଲେ l ତାଙ୍କ ର ଝିଅ ଏବଂ ଜୁଆଇଁ ମଧ୍ୟ ଶବ ସତ୍କାର ପାଇଁ ସକ୍ଷମ ନ ଥିଲେ l ଶବ ବ୍ୟବଛେଦ ପରେ କୌଣସି ମତେ ରାଜଘାଟ କୁ ଶବ ନେଇ ଆସିଥିଲେ କିନ୍ତୁ ଶବ ସତ୍କାର କରିପାରିନଥିଲେ l ସେହିପରି ଡମ୍ୱରୁପାଲି ସୋହେଲା ନିବାସୀ ୫୫ ବର୍ଷୀୟା ରାଜକୁମାରୀ କୁମ୍ଭାର ନାମକ ମହିଳା ଙ୍କୁ ତାଙ୍କ ଝିଅ ରୀନା ବାଗ ବୁର୍ଲା ମେଡିକାଲ ରେ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ ଏବଂ ଚିକତ୍ସା ଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ରୀନା ବାଘ ମଧ୍ୟ ନିଜ ମା ଙ୍କୁ ତାଙ୍କ ଗ୍ରାମ କୁ ନେଇ ଶବ ସତ୍କାର କରିବା ପାଇଁ ସକ୍ଷମ ନ ଥିଲେ l ଉଭୟ ରୀନା ବାଗ ଏବଂ ପ୍ରମିଳା ସାହୁ ଙ୍କ ଲିଖିତ ଅନୁରୋଧ କ୍ରମେ ସମ୍ବଲ ପରିବାର ଦ୍ୱାରା ରାଜଘାଟ ରେ ସନମାନ ର ସହିତ ଶବ ସତ୍କାର କରାଯାଇଛି l ଟାଉନ ଥାନା ଦ୍ୱାରା ହସ୍ତାନ୍ତର କରାଯାଇଥିବା ଗୋଟିଏ ଅଜଣା ଶବ ମଧ୍ୟ ସତ୍କାର କରାଯାଇଛି l ସମ୍ବଳ ପରିବାରର ଏପରି ଏକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ