କୁମାରକେଲୀ ଉପ୍ରା ସ୍କୁଲ ରେ କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ମହଦା ପଂଚାୟତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ପାଳିତ ହୋଇ ଯାଇଛି l କୁମାରକେଳି କ୍ଲଷ୍ଟର ଅନ୍ତର୍ଗତ ୭ ଟି ବିଦ୍ୟାଳୟ ରୁ ବିଭିନ୍ନ ପ୍ରତିଯୋଗିତା ରେ ମନୋନୀତ ଛାତ୍ର ଛାତ୍ରୀ ଏଠାରେ ଅଂଶ ଗ୍ରହଣ କରି ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଛନ୍ତି l ଚତୁର୍ଥ ରୁ ସପ୍ତମ କନିଷ୍ଠ ବିଭାଗ ଏବଂ ଅଷ୍ଟମ ରୁ ଦଶମ ବରିଷ୍ଠ ବିଭାଗ ଭାବେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା l ବରିଷ୍ଠ ବିଭାଗ ଓଡ଼ିଆ ପ୍ରବନ୍ଧ ରେ ବବଲୀ ବେହେରା , ତର୍କ ରେ ମିଥିଲେସ ସାହୁ , ଚିତ୍ରାଙ୍କନ ରେ ସିକିତା ପଧାନ , କୁଇଜ ରେ ପ୍ରଗତିକା ଭୋଇ , ସୃଜନାତ୍ମକ ଲିଖନ ପ୍ରିୟ ଦର୍ଶିନୀ ପଣ୍ଡା , ବାକପଟୁତା ପୂର୍ଣ୍ଣିମା ମେଣ୍ଡିଲି , ଗୀତ ରେ ପ୍ରଗତିକା ଭୋଇ , ସଂସ୍କୃତିକ କାର୍ଯ୍ୟକ୍ରମ ରେ ସଂଗୀତା ଓ ସାଥି , ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଜ୍ଞ୍ୟା ପଧାନ ଓ ଇପ୍ସିତା ଶତପଥି ଏବଂ କନିଷ୍ଠ ବିଭାଗ ରେ ଚିତ୍ରାଙ୍କନ ରେ ଲୁସି ସାହୁ , କୁଇଜ ରେ ରିତମ ପଧାନ , ସୃଜନ ଲିଖନ ରେ ପୁନମ ମେଣ୍ଡିଲି , ବାଗ୍ମୀତା ରେ ସୁନିତା ସାହୁ , ଗୀତ ବର୍ଷା ମହାନନ୍ଦ ଏବଂ ଶୃତଲିଖନ ରେ ଏଲିନା ପଧାନ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ବ୍ଲକ ସ୍ତର ପାଇଁ ମନୋନୀତ ହୋଇଛନ୍ତି l ଅତିଥି ଭାବେ ସହ ଗୋଷ୍ଠୀ ଅଧିକାରୀ ମାର୍କଣ୍ଢ ମିଶ୍ର , ଆଞ୍ଚଳିକ ସାଧନ ସଂଯୋଜକ ବାବୁଲୁ ସେଠି , ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟରାମ ତ୍ରିପାଠୀ , ବିଜ୍ଞାନ ଶିକ୍ଷକ ବାଚସ୍ପତି ପଣ୍ଡା , କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା କୁଅଁର ଯୋଗ ଦାନ କରି କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ I ସମସ୍ତ କାର୍ଯ୍ୟକ୍ରମ କୁ ହୃଷିକେଶ ଚାନ୍ଦ ପରିଚାଳନା କରିଥିବା ବେଳେ, ଭରତ ହରିପାଲ ସ୍ୱାଗତ ସମ୍ବର୍ଦ୍ଧନା ଓ ବାମଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ I ବିଚାରକ ଭାବେ ନରେନ୍ଦ୍ର ନାଗ , ସତ୍ୟ ନାରାୟଣ ମେହେର , ଦିଲ୍ଲୀପ ପଣ୍ଡା , ଶିବରାମ ଚାନ୍ଦ , ରାଜୁରାମ ପଧାନ , ବିଶ୍ୱଜିତ ପଣ୍ଡା , ଦୁଃଶାସନ ଧରୁଆ , ଶଙ୍କର୍ଷଣ ମିଶ୍ର , ରାଧେଶ୍ୟାମ ପଣ୍ଡା , ଗୋପାଳ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ l