Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ରେ ଗୋପବନ୍ଧୁ ଜୟନ୍ତୀ,ଭିକ୍ଷୁକ ପରିବାର କୁ ଜଳଖିଆ ସହ ବସ୍ତ୍ର ବଣ୍ଟନ

ଚିପିଲିମା,୧୦/୧୦ମହାପୁରୁଷ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତୀ ଅବସରରେ “ମାନବ ସେବା ହିଁ ମାଧବ ସେବା”- ଅନୁଷ୍ଠାନ ପକ୍ଷ୍ୟରୁ ହୀରାକୁଦର ଷ୍ଟୋର ଛକ ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରା ଯିବl ସହ ବୃନ୍ଦାବତୀ ପଡ଼ାରେ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁରର ଶ୍ରୀଯୁକ୍ତ ଯୋଗେଶ ହୋତା ମହୋଦୟ ଯୋଗଦେଇଥିଲେ ଏବଂ ଏସଏମ ଏମଏସଏମଏସ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ଶତପଥୀ ତଥା କର୍ମକର୍ତ୍ତା ବୃନ୍ଦ ମଧ୍ୟରେ ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶ,ରବିନାରାୟଣ ପଣ୍ଡା, ଶ୍ରୀ ବିଜୟ କୁମାର ପଣ୍ଡା, ଶ୍ରୀମତୀ ଇତିଶ୍ରୀ ଶତପଥି, ଶ୍ରୀମତୀ ବୀଣାପାଣି ଦାସ, ଶ୍ରୀମତୀ ସଂଯୁକ୍ତା ପଣ୍ଡା, ଶ୍ରୀ ବୀରେନ୍ଦ୍ର ଜେନା, ଶ୍ରୀ ଅତନୁ ବହିଦାର, ଶ୍ରୀ ସୁଶାନ୍ତ ସାହୁ, ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା, ଶ୍ରୀମତୀ ଶୁଭଶ୍ରୀ ନାୟକ, ଶ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଶ୍ରୀ ବିଜୟ କୁମାର ସାହୁ, ଶ୍ରୀ ଦୀନେଶ ସୁନା, ଶ୍ରୀ ମାନଭଞ୍ଜନ ପଣ୍ଡା, ଶ୍ରୀ ବିନୟ ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ବିଷୟରେ ସ୍ମୃତିଚାରଣ କରିଥିବାବେଳେ, ସେହି ପଡ଼ାରେ ଥିବା ଭିକ୍ଷୁକ ପରିବାର ବର୍ଗଙ୍କୁ ସକାଳ ଜଳଖିଆ ଦିଆ ଯିବା ସହିତ ଶାଢ଼ୀ, ଧୋତି ଗାମୁଛା ଏବଂ ଶୁଖିଲା ଖାଦ୍ୟ ପାକେଟ ଦିଆଯାଇଥିଲା l ସମସ୍ତେ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ସେବା କାର୍ଯ୍ୟଟି ବହୁଳ ମାତ୍ରାରେ ସଫଳ ହୋଇପାରିଥିଲା l ଅନୁଷ୍ଠାନର ଏପରି ଏକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ