ସମ୍ବଲପୁର:ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗ ତରଫରୁ ଶିଶୁ ପ୍ରତିଭା ବିକାଶ ନିମନ୍ତେ ଆରମ୍ଭ ହୋଇଥିବା “ସୁରଭି ୨୦୨୩ ” ଯୁଯୁମୁରା ବ୍ଲକ ଅନ୍ତର୍ଗତ ନୂଆଁବରଙ୍ଗାମାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଁ ବରଙ୍ଗାମାଲ କ୍ଲଷ୍ଟରର ସିଆରସିସି ଶ୍ରୀଯୁକ୍ତ ମୋତିଲାଲ ଝାଙ୍କର ପାରମ୍ପରିକ ରୀତି ଅନୁଯାୟୀ ଇଷ୍ଟଦେବୀ ମା ସମଲେଶ୍ବରୀଙ୍କଠାରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସରକାରୀ ପ୍ରାଥମିକ ବିଦ୍ୟାଳୟ କଳ୍ପାର ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଏହା ସରକାରଙ୍କ ଗୋଟିଏ ସୁନ୍ଦର ପ୍ରୟାସ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଁବରଙ୍ଗାମାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ଵିନୀ ପ୍ରଧାନ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବରେ ମେଘପାଲ ହାଇସ୍କୁଲରୁ ପବିତ୍ର ପ୍ରଧାନ ଓ ନୂଆଁବରଙ୍ଗାମାଲ ପଞ୍ଚାୟତ ହାଇସ୍କୁଲରୁ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କ୍ଲଷ୍ଟରର ସିଆରସିସି ମୋତିଲାଲ ଝାଙ୍କର ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ବକ୍ତାମାନେ ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏକ ସୁନ୍ଦର ସୁଯୋଗ ବୋଲି ଅବହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଦୀପ କୁମାର ପଣ୍ଡା ଓ ରାଜୀବ ଲୋଚନ ପ୍ରଧାନ ସୁନ୍ଦର ଭାବରେ ସଂଯୋଜନା କରିଥିଲେ । ନୂଆଁବରଙ୍ଗାମାଲ କ୍ଲଷ୍ଟରର ସାବିତ୍ରୀ ପ୍ରଧାନ, ରଜନୀଗନ୍ଧା ବିଶୀ, ରଞ୍ଜନ ସାହୁ , ଉମାକାନ୍ତ ରଣା , ପିଙ୍କି ନାୟକ , ନିବେଦିତା ବାର୍ଲ୍ଲା , ରଞ୍ଜିତା କୁଜୁର, ମହେନ୍ଦ୍ର ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ ବିଜୟୀ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲସରର ସହକାରୀ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନୂଆଁବରଙ୍ଗାମାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ” ସୁରଭି ୨୦୨୩ “କାର୍ଯ୍ୟକ୍ରମ ଅନୁଷ୍ଠିତ
