Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନେଇ ଆସିବ ନୂଆ ଆଇନ

କଟକ: ଓଡ଼ିଶାରେ ଆପାର୍ଟମେଣ୍ଟ ନିର୍ମାଣ ଓ ମାଲିକାନା ନେଇ ନୂଆ ଆଇନ ପ୍ରଣୟନ ହେବାକୁ ଯାଉଛି। ଖୁବଶୀଘ୍ର ଆସିବ ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିସାରିଛି। କେବଳ ସେତିକି ନୁହେଁ ବିଧାନସଭାରେ ନୂଆ ଆପର୍ଟମେଣ୍ଟ ମାଲିକାନା ଆଇନ- ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ) ବିଲ୍‌, ୨୦୨୩କୁ ଉପସ୍ଥାପନ କରିବାକୁ ନୋଟିସ୍ ମଧ୍ୟ କରାଯାଇଛି। ଏନେଇ ଗତକାଲି(୨୨ ମାର୍ଚ୍ଚ) ଦିନ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟରେ ଉଲ୍ଲେଖ କରାଯାଇଥିଲା।

ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ସରକାରଙ୍କ ତଥ୍ୟକୁ ଆଧାର କରି ଏହା ଉପରେ ବିଚାରବିମର୍ଶ କରି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ ତାରିଖରେ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ