Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରିୟ ପଞ୍ଚାୟତିରାଜ ସରପଞ୍ଚ୍ ସଂଗଠନ କାର୍ଯ୍ୟକାରୀ କମିଟିରେ ଓଡିଶା ସରପଞ୍ଚ୍ ଆନ୍ଦୋଳନକୁ ସମର୍ଥନ

ନୂଆଦିଲ୍ଲୀ/ସମ୍ବଲପୁର : ଓଡ଼ିଶା ସରପଞ୍ଚ ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନ କାର୍ଯ୍ୟକାରୀ କମିଟି ବୈଠକରେ ସମର୍ଥନ କରି ରାଜ୍ୟ ସରକାର ସରପଞ୍ଚମାନଙ୍କ ଦାବି ତୁରନ୍ତ ପୂରଣ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଗ୍ରେଟର ନୋଇଡ଼ା ଠାରେ ଦୁଇଦିନିଆ ରାଷ୍ଟ୍ରୀୟ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଦୟାରାମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦେଶରେ ରାଜୀବ ଗାନ୍ଧୀଙ୍କ ପ୍ରଧାନନ୍ତ୍ରୀତ୍ଵ ସମୟରେ ୭୩ତମ ସମ୍ୱିଧାନକୁ ସଂଶୋଧନ କରାଯାଇ ଦେଶବ୍ୟାପି ପଞ୍ଚାୟତ ଅନୁଷ୍ଠାନମାନଙ୍କୁ ସ୍ଵୟଂଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ କ୍ଷମତା ପ୍ରଦାନ ସହ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ପଞ୍ଚାୟତର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ପାଇଁ ସରପଞ୍ଚ ଏବଂ ଗ୍ରାମସଭାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଥିଲା । ଅନ୍ୟପକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅଣଦେଖା କରୁଛନ୍ତି ଏବଂ ସରପଞ୍ଚମାନଙ୍କ ସାମ୍ୱିଧାନିକ ବ୍ୟବସ୍ଥା କ୍ଷୁର୍ଣ୍ଣ ହେଉଛି । ସବୁ କ୍ଷେତ୍ରରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅନୁଦାନ ପାଣ୍ଠି ଉପଯୁକ୍ତ ସମୟରେ ଦିଆଯାଉନାହିଁ । ଫଳରେ ସରପଞ୍ଚମାନଙ୍କ ସମ୍ପୂର୍ଣ୍ଣ ଅଧିକାର କ୍ଷୁର୍ଣ୍ଣ ହେଉଛି । ତେଣୁ ଏକ ଶକ୍ତିଶାଳୀ ସଂଗଠନ ଗଠନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଶା ଶାଖାର ସଭାପତି ରବି ରଥ ଓଡ଼ିଶାରେ ସରପଞ୍ଚମାନଙ୍କ ବିଭିନ୍ନ ସମସ୍ୟା ନେଇ ଗତ ୧୫ ତାରିଖ ଠାରୁ ରାଜ୍ୟ ରାଜଧାନୀ ଲୋଏର ପିଏମଜି ଠାରେ ୧୫ ଦଫା ଦାବି ପୂରଣ ପାଇଁ ଧାରଣା ଚାଲୁ ରହିଛି । ରାଜ୍ୟ ସରକାରଙ୍କ ସହ ବାରମ୍ୱାର ଆଲୋଚନା ପରେ ମଧ୍ୟ ସରପଞ୍ଚମାନଙ୍କ ଦାବି ପୂରଣ ହେଉନାହିଁ । ତେଣୁ କେନ୍ଦ୍ର ସଂଗଠନ ଓଡ଼ିଶା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ରାଷ୍ଟ୍ରିୟ ଅଧିବେଶନରେ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା ।
ଆୟୋଜିତ ବୈଠକରେ ସଂଗଠନର ସଭାପତି ଦୟାରାମ ରାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ କୃଷ୍ଣପାଲ ସିଂ ରାଜପୁତ ଗତ ବୈଠକର ବିବରଣୀ ପାଠ କରିବା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ପ୍ରସାଦ ଜୟସୱାଲ, ସୀମା ଜୟସୱାଲ, ସାହୁ ଅକ୍ଷୟ ଭାଇ, ରୀତା ଜୟସୱାଲ, ଅଶୋକ ମିଶ୍ରା, ବିପୁଲ ପାଣ୍ଡେ, ସଞ୍ଜୟ ଜୟସୀୱାଲ, ଶିବ ଶଙ୍କର ସିଂ, ମଞ୍ଜୁ ରଥ ପ୍ରମୁଖ ବିଭିନ୍ନ ରାଜ୍ୟର ପ୍ରତିନିଧି ଯୋଗଦେଇ ବିଶେଷକରି ଗାନ୍ଧୀ ବିଚାରଧାରାରେ ଗ୍ରାମର ବିକାଶ ଦିଗରେ ସରପଞ୍ଚମାନେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିବା ନେଇ ଓଡିଶା ଶାଖା ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ଅବସରରେ ନୂତନ କୋଷାଧ୍ୟକ୍ଷା ଭାବେ ରୀତା ଜୟସୱାଲଙ୍କୁସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ