Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲସ୍ତଲା ସ୍କୁଲ ରୁ ଏମ୍ ଡି ଏମ ଚାଉଳ ଚୋରି ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଲସ୍ତଲା ସରକାରୀ ପ୍ରାଥମିକ ବିଦ୍ଯାଳୟରୁ ଅଢେଇ କୁଇଣ୍ଟାଲ ଏମଡିଏମ ଚାଉଳ ଚୋରି ହେଉଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ସ୍କୁଲ ଗେଟର ତାଲା କାଟି ସ୍କୁଲ ଭିତରେ ରଖାଯାଇଥିବା ଅଢେଇ କୁଇଣ୍ଟାଲ ଏମଡିଏମ ଚାଉଳ ଚୋରି ହେଇଥିବା ଜଣାପଡିଛି । ସ୍କୁଲର ପ୍ରଧାନ ଶିକ୍ଷକ ମଙ୍ଗଳବାର ସ୍କୁଲ ଆସିବା ପରେ ସ୍କୁଲରୁ ଚାଉଳ ଚୋରି ହେଇଥିବା ଜାଣିବା ପରେ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।