Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ପ୍ରଶାସନିକ ଅଧିକାରୀମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି, କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏମାନଙ୍କ ମୁହଁ ବଢିଯାଇଛି’

ମାଲକାନଗିରି: ଲକ୍ଷ୍ମୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଦଳୀୟ ସରକାର ଓଡ଼ିଶାରେ କାମ କରୁଛି। ଦଳ ଓ ସରକାର ଗୋଟିଏ ହୋଇ ଯାଇଛନ୍ତି। ଆଗ ଏହା ଜଣା ପଡ଼ୁନଥିଲା। କିନ୍ତୁ ଏହା ଏବେ ଜଳ ଜଳ ହୋଇ ଦେଖା ଯାଉଛି।

ଜୟନାରାୟଣ କହିଛନ୍ତି, ପ୍ରଶାସନିକ ଅଧିକାରୀମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ପିଅନଠୁ ଆରମ୍ଭ କରି ଆଇଏଏସ ଅଧିକାରୀ ଦଳ ପାଇଁ କାମ କରୁଛନ୍ତି। ନିର୍ବାଚନ ବେଳେ ଦଳ ପାଇଁ କାମ କରୁଥିବା କଥା ପ୍ରମାଣିତ ହୋଇ ସାରିଛି। ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏମାନଙ୍କ ମୁହଁ ଦିନକୁ ଦିନ ବଢିବାରେ ଲାଗିଛି। ଜନତା ଉଠାଇ ଫିଙ୍ଗିଦେବା କଥା। ଗଣତନ୍ତ୍ରରେ ଜନତା ହିଁ ମାଲିକ ବୋଲି ଜୟନାରାୟଣ କହିଛନ୍ତି।

ସୂଚନାଯୋଗ୍ୟ, ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମିଶନ ଶକ୍ତି ଯୋଜନାରେ ବିଜ୍ଞାପନରେ ଦଳୀୟ ଚିହ୍ନ ରହିବା ବିରୋଧରେ କୋର୍ଟ ଯିବାକୁ ଚେତାବନୀ ଦେଇଛି ବିଜେପି। ପୁଣି ଲକ୍ଷ୍ମୀ ଯୋଜନାରେ ଶଙ୍ଖ ରହିବା ବିବାଦକୁ ଆହୁରି ବଢେଇ ଦେଇଛି।

ଉଲ୍ଲେଖନୀୟ ଗୁରୁବାର ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ। ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ସେବା ଯୋଡ଼ିବ। ଏହି ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ ଅବସରରେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ