Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଧାୟକ ଦଳ, ରାଜ୍ୟରେ ଦୁର୍ନୀତି ବାବଦରେ ଇଡି, ସିବିଆଇ ତଦନ୍ତ ନେଇ ଆଲୋଚନା ହେବ: ଜୟନାରାୟଣ

ଭୁବନେଶ୍ଵର: ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଧାୟକ ଦଳ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯିବେ। ଅଦ୍ୟାବଧି ସ୍ଥିର ହୋଇ ନ ଥିବା ବେଳେ ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ଏହି ସମୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ବିଧାୟକ ଦଳ ଭେଟିବେ ବୋଲି ଜଣା ପଡ଼ିଛି।

ରାଜ୍ୟରେ ଦୁର୍ନୀତି ବାବଦରେ ଇଡି, ସିବିଆଇ ତଦନ୍ତ ନେଇ ଆଲୋଚନା ହେବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ସଂଗଠନ ବାବଦରେ ମଧ୍ୟ ଆଲୋଚନା କରିବେ। ଓଡ଼ିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁ ନାହିଁ। ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ସମସ୍ତେ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସ୍ମାରକ ପତ୍ର ଦେବେ ବିଜେପି ବିଧାୟକ ଦଳ କହିଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ଓଡ଼ିଶାରେ ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ହୋଇଛି। ଓଡ଼ିଶାକୁ କାହିଁକି ଇଡି ଓ ସିବିଆଇ ଆସୁନାହିଁ, ଓଡ଼ିଶାକୁ ସେମାନେ ଆସନ୍ତୁ ବୋଲି ଦାବି କରାଯିବ। ରାଷ୍ଟ୍ରପତିଙ୍କୁ ଭେଟି ସଚିବଙ୍କ ବିଷୟରେ ହସ୍ତକ୍ଷେପ କରିବା ପାଇଁ କହିବୁ। ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଜଣାଇବୁ ବୋଲି ଜୟନାରାୟଣ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ