Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ନଡ ଚଳଚ୍ଚିତ୍ରରେ ଶିଳ୍ପାଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ୧୮ ବର୍ଷ ପରେ କନ୍ନଡ ଚଳଚ୍ଚିତ୍ର ଜଗତରେ ପାଦ ରଖିଛନ୍ତି ଅଭିନେତ୍ରୀ। ତାଙ୍କ ଆଗାମୀ କନ୍ନଡ ଚଳଚ୍ଚିତ୍ର ହେଉଛି ‘କେଡି- ଦ ଡେଭିଲ୍’। ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଶିଳ୍ପା ତାଙ୍କ ପ୍ରଶଂସକଙ୍କୁ ଏହି ଖବର ଜଣାଇଛନ୍ତି।

ଶିଳ୍ପାଙ୍କ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ। ଶିଳ୍ପା ଲେଖିଛନ୍ତି ଯେ ସେ ଏକ ନୂତନ ଆରମ୍ଭ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ସେ ନୂଆ ଅବତାରରେ ଦର୍ଶକଙ୍କ ମନ ମୋହିବେ। ‘କେଡି- ଦ ଡେଭିଲ୍’ଚଳଚ୍ଚିତ୍ରରେ ସେ ସତ୍ୟାବତୀ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହା ଏକ ଆକ୍ସନ ମୁଭି। ଏହି ଫିଲ୍ମ ୧୯୭୦ ଦଶକରେ ବେଙ୍ଗାଲୁରୁରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ଏଥିରେ ଶିଳ୍ପାଙ୍କ ସମେତ ଧ୍ରୁଭ ସରଜା, ଭି ରବିଚନ୍ଦ୍ରନ ଏବଂ ସଞ୍ଜୟ ଦତ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଏବେ ଶିଳ୍ପା ତାଙ୍କ ଆଗାମୀ କପ୍ ଆକ୍ସନ୍ ଡ୍ରାମା ଷ୍ଟ୍ରିମିଂ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିରିଜ୍‌ରନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ବିବେକ ଓବରୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ