ମୁଖ୍ୟମନ୍ତ୍ରୀଙ୍କୁ ୱାଡ ସଭ୍ୟ/ସଭ୍ୟାଙ୍କ ୪ ଦଫା ଦାବିପତ୍ର

ସମ୍ବଲପୁର(କୁଚିଣ୍ଡା):ନିଖିଳ ଓଡ଼ିଶା ୱ୍ଆଡ ସଭ୍ୟ ସଭ୍ୟା ସଙ୍ଘ ତାଙ୍କ ୪ ଦଫା ସମ୍ବଳିତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ୱାଡ ସଭ୍ୟ ସଭ୍ୟାଙ୍କ ପାରିତୋଷିକ ୫ ହଜାର ଟଙ୍କାକୁ ବୃଦ୍ଧି କରିବା , ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ସଭ୍ୟ/ସଭ୍ୟାଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ସ୍ଥାପନ କରିବା, ସମସ୍ତଙ୍କୁ ସ୍ୱତନ୍ଠ ଗୃହ ଯୋଗାଇ ଦେବା ଓ ଗ୍ରାମ ସଭା ଓ ପଲ୍ଲି ସଭାର ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରି କରିବାକୁ ୪ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହାକୁ କୁଚିଣ୍ଡା ଓ ଲଇକେରାର ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ ଯୁକ୍ତିଯୁକ୍ତ ଦର୍ଶାଇ ଯୁକ୍ତିଯୁକ୍ତ ଦାବୀ ରାଜ୍ୟ ସରକାର ଏହି ଦାବିର ଗୁରୁତ୍ଵକୁ ଅନୁଧ୍ୟାନ କରି ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ତଥା ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ଜିଲ୍ଲା ପରିଷଦସଭ୍ୟ ସଭ୍ୟାଙ୍କ ବୃହତ୍ତର ସ୍ଵାର୍ଥକ୍ଷା ଓ ଗ୍ରାମାଞ୍ଚଳର ସର୍ବବିଧ ବିକାଶ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଏହି ଦାବୀକୁ ଗୁରୁତର ସହ ବିଚାରକରିବାକୁ ନେଇ ଦାବି ଗୁଡିକୁକ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି।