Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ୱାଡ ସଭ୍ୟ/ସଭ୍ୟାଙ୍କ ୪ ଦଫା ଦାବିପତ୍ର

ସମ୍ବଲପୁର(କୁଚିଣ୍ଡା):ନିଖିଳ ଓଡ଼ିଶା ୱ୍ଆଡ ସଭ୍ୟ ସଭ୍ୟା ସଙ୍ଘ ତାଙ୍କ ୪ ଦଫା ସମ୍ବଳିତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ୱାଡ ସଭ୍ୟ ସଭ୍ୟାଙ୍କ ପାରିତୋଷିକ ୫ ହଜାର ଟଙ୍କାକୁ ବୃଦ୍ଧି କରିବା , ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ସଭ୍ୟ/ସଭ୍ୟାଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ସ୍ଥାପନ କରିବା, ସମସ୍ତଙ୍କୁ ସ୍ୱତନ୍ଠ ଗୃହ ଯୋଗାଇ ଦେବା ଓ ଗ୍ରାମ ସଭା ଓ ପଲ୍ଲି ସଭାର ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରି କରିବାକୁ ୪ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହାକୁ କୁଚିଣ୍ଡା ଓ ଲଇକେରାର ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ ଯୁକ୍ତିଯୁକ୍ତ ଦର୍ଶାଇ ଯୁକ୍ତିଯୁକ୍ତ ଦାବୀ ରାଜ୍ୟ ସରକାର ଏହି ଦାବିର ଗୁରୁତ୍ଵକୁ ଅନୁଧ୍ୟାନ କରି ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ତଥା ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ଜିଲ୍ଲା ପରିଷଦସଭ୍ୟ ସଭ୍ୟାଙ୍କ ବୃହତ୍ତର ସ୍ଵାର୍ଥକ୍ଷା ଓ ଗ୍ରାମାଞ୍ଚଳର ସର୍ବବିଧ ବିକାଶ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଏହି ଦାବୀକୁ ଗୁରୁତର ସହ ବିଚାରକରିବାକୁ ନେଇ ଦାବି ଗୁଡିକୁକ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories