Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବ୍‌ଶୀଘ୍ର ଦେଶରେ ଆରମ୍ଭ ହେବ ୬ ଜି ସେବା

ନୂଆଦିଲ୍ଲୀ: ଦେଶରେ ୫ ଜି ସେବା ଆରମ୍ଭ ହେବାର ମାତ୍ର କେଇ ମାସ ନ ପୁରୁଣୁ ଏହାର ପରବର୍ତ୍ତୀ ପିଢି ୬ ଜି ଲାଗି ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ଏହାର ସ୍ପିଡ୍‌ ୫ଜି ତୁଳନାରେ ୧୦୦ ଗୁଣା ଅଧିକ ରହିବ। ୨୦୩୦ ସୁଦ୍ଧା ଦେଶରେ ୬ଜି ସେବା ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିଥିବା ଭିଜନ୍‌ ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ ରହିଛି।

ଏହି ପ୍ରକଳ୍ପ ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ୬ଜି ପ୍ରକଳ୍ପ ଚିହ୍ନଟ କରିବା, ପାଣ୍ଠି ଗବେଷଣା ଓ ପ୍ରଯୁକ୍ତି ଲାଗି ଭାରତ ୬ ଜି ଲଞ୍ଚ୍‌ କରିବ। ଏହାର ଅଗ୍ରଗତି ଲାଗି ସରକାର ସ୍ବତନ୍ତ୍ର ଟିମ୍‌ ଗଠନ କରିବେ। ୬ଜିକୁ ନେଇ ଭାରତ ପାଖରେ ୧୨୬ ପାଖାପାଖି ପେଟେଣ୍ଟ ଥିବା ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ୬ଜିକୁ ହେବାକୁ ଥିବା ଗବେଷଣା‌ରେ ଶିଳ୍ପ, ଶିକ୍ଷାନୁଷ୍ଠାନ, ଓ ସେବା ପ୍ରଦାନକାରୀଙ୍କୁ ଯୋଡାଯିବ।