Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ନେତ୍ର ଚିକିତ୍ସାଳୟ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବୀରମହାରାଜପୁର ନିକଟସ୍ଥ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ସଭା ଗୃହଠାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡି ସି )ଡା. ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କନ୍ସଲଟାଣ୍ଟ ଅପଥାମୋଲୋଜୀ ଡା. ସଞ୍ଜିବ କୁମାର କର , ମେଡିକାଲ ଅଧିକ୍ଷକ ମହାନଦୀ ନେତ୍ର ଚିକିତ୍ସାଳୟ ଡା. ଦେବେନ୍ଦ୍ର କୁମାର ସାହୁ , ଏଡମିନିଷ୍ଟାଟର ବିଭୁ ପ୍ରସାଦ ବଳିୟାର ସିଂ, ପବ୍ଲିକ ରିଲେସନ୍ ଅଫିସର୍ ଜି. ଗୋପାଳ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ I ଅତିଥିମାନେ ବିଶ୍ୱ ଦୃଷ୍ଟି ଦିବସ ର ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସଚେତନତା ମାଧ୍ୟମରେ କିପରି ଆଖିର ଯତ୍ନ ନେଇ ଅନ୍ଧତ୍ୱ ଦୂରୀକରଣ ଉପରେ ଆଲୋକପାତ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ ଏହା ସହିତ ଏ ବର୍ଷର ସ୍ଲୋଗାନ ହେଉଛି “କର୍ମ କ୍ଷେତ୍ରରେ ଚକ୍ଷୁର ଯତ୍ନ ନିଅନ୍ତୁ ” ବୋଲି ଲୋକଙ୍କୁ ସଚେତନ କରିବାକୁ କୁହାଗଲା I ସଭାରେ ମହାନଦୀ ନେତ୍ର ଚିକିତ୍ସାଳୟ ର ବରିଷ୍ଠ କର୍ମକର୍ତ୍ତା , ସ୍ୱାସ୍ଥ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ I ସଭାରେ ୧୦ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହା ପୂର୍ବରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବୀରମହାରାଜପୁର ସହର ପରିକ୍ରମା କରିଥିଲା I ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ