ବୀରମହାରାଜପୁର ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମିନି ଷ୍ଟାଡିୟମ ଠାରେ ୧୪ ବର୍ଷ ଓ ୧୭ ବର୍ଷରୁ କମ୍ ଖେଳାଳି ଚୟନ ଶିବିର ହୋଇଯାଇଛି । ଏଥିରେ କ୍ରିକେଟ ଓ ବିଭିନ୍ନ ଆଥେଲେଟ ରୁ ଖେଳାଳି ଚୟନ କରାଯାଇଛି । ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଶିବିର ରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରି ଶାନ୍ତନୁ କୁମ୍ଭକାର ଯୋଗଦେଇ ଚୟନ ଶିବିର କୁ ଉଦଘାଟନ କରିଥିଲେ । ଏହି ଚୟନ ଶିବିର ରେ ବ୍ଲକ ର ସମସ୍ତ ବିଦ୍ୟାଳୟରୁ ୧୪ ଓ ୧୭ ବର୍ଷ ରୁ କମ ବର୍ଗର ୧୬୦ ଜଣ ଖେଳାଲି ଅଂଶଗ୍ରହଣ କରିଥିଲେ । ଏଥିରେ ଦୌଡ , ଖୋକୋ , କବାଡି , ଲମ୍ବ ଡିଆଁ , ଉଚ୍ଚ ଡିଆଁ , ସଟଫୁଟ , ଡିସକସ ଥ୍ରୋ ଆଦି ବିଭିନ୍ନ ଖେଳ କରାଯାଇଥିଲା । ଏଥି ସହିତ କ୍ରିକେଟ ପ୍ରତିଯୋଗିତା କରାଯାଇ ବ୍ଲକ ସ୍ତରୀୟ ଏକ ଟିମ୍ ଚୟନ କରାଯାଇଥିଲା । କ୍ରିଡା ପ୍ରତିଯୋଗିତାରେ ୧୫ ଜଣ ଖେଳ ଶିକ୍ଷକ ଖେଳ ପରିଚାଳନା କରିଥିବା ବେଳେ ୧୬ ଟି କ୍ଲଷ୍ଟର ର ସିଆରସିସି ସହଯୋଗ କରିଥିଲେ ।