Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ପ୍ରତାପ; କହିଲେ ଜାଣିଶୁଣି ଡ୍ରାମା କରୁଛନ୍ତି

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ୪ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ୪ଟା ପରେ ପୁଣି ଆରମ୍ଭ ହେବ ଅଧିବେଶନ। ମହାନଦୀ ଜଳ ବିବାଦକୁ ନେଇ ଗୃହରେ କମ୍ପିଛନ୍ତି ବିରୋଧୀ। ଏହାକୁ ଶାସକ ଦଳ ଦୃଢ ପ୍ରତିବାଦ କରିଛି। ଏହାକୁ କେନ୍ଦ୍ର କରି ବିଜେଡି ବିଧାୟକ ପ୍ରତାପ ଜେନା ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି। ସେ କହିଛନ୍ତି ବିଜେପି ଓ କଂଗ୍ରେସ ଓଡ଼ିଶାରେ ଭାଇ ଭାଇ ହୋଇ ମହାନଦୀ ପାଣି ଖାଇଗଲେ।

ଗତକାଲି ବିଜେଡି ମହାନଦୀ ସମସ୍ୟା ପ୍ରସଙ୍ଗ ଗୃହରେ ଉଠାଇଥିଲା। ବିଜେଡି ଏହା ମଧ୍ୟ କହିଛି ଯେ ଛତିଶଗଡ଼ର କଂଗ୍ରେସ ଓ ବିଜେପି ସରକାର ମହାନଦୀ ପାଇଁ ଓଡ଼ିଶାକୁ ଅଣଦେଖା କରିଛନ୍ତି। ଏ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ। ବିରୋଧୀମାନେ ଆଲୋଚନା କରାଇ ଦେଉନାହାନ୍ତି। ବିଜେଡି ଚାହୁଁଛି ବିଧାନସଭା ଚାଲୁ ରହୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ