Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁରୀରେ ମୋଦୀ-ନବୀନ ଲଢିବା ନେଇ ଚର୍ଚ୍ଚା ଜୋର, କ’ଣ କହୁଛନ୍ତି ବିଜେଡି-ବିଜେପି ନେତା, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। କେଉଁ ଆସନରୁ କାହାକୁ ପ୍ରାର୍ଥୀ କଲେ ନିର୍ବାଚନ ଜିତି ହେବ ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ମାନସ ମନ୍ଥନ ଚାଲିଛି। ତେବେ ସଂପ୍ରତି ପୁରୀ ଲୋକସଭା ଆସନ ଓ ବିଧାନସଭା ଆସନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଏଠାରୁ ନିର୍ବାଚନ ଲଢି ପାରନ୍ତି ବୋଲି କୁହାଯାଉଛି। ଆଉ ଏହି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି। ଏହି ଚର୍ଚ୍ଚାର ଆଧାର ପାଲଟିଛନ୍ତି ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେଡି ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ।

ଏହି ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ନବୀନ ପଟ୍ଟନାୟକ ଯେ କୌଣସି ଆସନ ପାଇଁ ପ୍ରାର୍ଥୀ ହୋଇପାରନ୍ତି । ସେଇଟା ନବୀନ ବାବୁଙ୍କ ନିଜସ୍ୱ ନିଷ୍ପତ୍ତି। ସେ ଦଳର ସଭାପତି, ସେ ଯାହା ନିଷ୍ପତ୍ତି ନେବେ ସମସ୍ତେ ତାକୁ ଗ୍ରହଣ କରିବେ ପୁରୀର ବିକାଶକୁ ନେଇ ସେମାନେ ଖୁସି ଅଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ଲଢିବେ ବୋଲି ଏମିତି ଆଶା ରଖିଛନ୍ତି । ଭବିଷ୍ୟତ ନବୀନ ବାବୁ ଲଢ଼ିବେ କି ନଲଢ଼ିବେ ତାହା ଭିନ୍ନ କଥା । ମାତ୍ର ଏଭଳି ଦାବି ପ୍ରମାଣିତ କରୁଛି ଯେ, ନବୀନ ବାବୁଙ୍କ ପ୍ରତି ପୁରୀବାସୀଙ୍କ ଭଲ ପାଇବା କେତେ ରହିଛି । ପୁରୀରୁ ଏଭଳି ନବୀନ ବାବୁଙ୍କ ପ୍ରତି ଏଭଳି ସମର୍ଥନ ଜଗନ୍ନାଥଙ୍କ ଆର୍ଶୀବାଦ ବୋଲି ସେ କହିଛନ୍ତି ।

ଗତକାଲି ବରିଷ୍ଠ ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର କହିଥିଲେ ଯେ ଆମେ ଚାହୁଛୁ ମୁଖ୍ୟମନ୍ତ୍ରୀ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ନ୍ତୁ। ମୁଖ୍ୟମନ୍ତ୍ରୀ ଲଢ଼ିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ବାଗତ କରିବେ। ପୁରୀରେ ଅନେକ ବିକାଶ କାମ ଚାଲିଛି। ତେଣୁ ପୁରୀବାସୀଙ୍କ ଇଚ୍ଛା ନବୀନ ପଟ୍ଟନାୟକ ଏଠାରୁ ନିର୍ବାଚନ ଲଢନ୍ତୁ। ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ, ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ୁଥିବା ଶୁଣିବାକୁ ମିଳିଛି। ପୁରୀବାସୀ ଏହାକୁ ସ୍ବାଗତ କରୁଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଲଢ଼ିବା ଦରକାର। ଏହାଦ୍ବାରା ବିଶ୍ବ ଦରବାରେ ପୁରୀର ସମ୍ମାନ ଆହୁରି ବଢ଼ିଯିବ। ଆମ ଠାକୁର ବଡ଼ଠାକୁର, ବିଶ୍ବପ୍ରସିଦ୍ଧ ଠାକୁର, ଏଠୁ ମୋଦୀ ଯଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି, ତେବେ ଆମେ ୭ରୁ ୭ ବିଧାନସଭା ସିଟ୍‌ରେ ଜିତିବୁ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଲୋକସଭା ପ୍ରାର୍ଥୀ ହୋଇଥିଲେ। ସେ ନିର୍ବାଚନ ହାରିଥିଲେ ହେଁ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ କଡ଼ା ଟକ୍କର ଦେଇ ଭଲ ଭୋଟ ବ୍ୟାଙ୍କ ହାତେଇଥିଲେ। ଏପରିକି ବିଜେଡି ଗଡ଼ କୁହାଯାଉଥିବା ପୁରୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡିକୁ ମାତ୍ ଦେଇଥିବା ବିଜେପି। ଗତ ସାଧାରଣ ନିର୍ବାଚନରେ ବିଜେପିର ଏମିତି ସଫଳତା ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇ ଦେଇଛି। ଏପରିକି ପୁରୀ ଲୋକସଭା କ୍ଷେତ୍ରରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସକ୍ରିୟତା ମଧ୍ୟ ଦେଖିବାକୁ ମିଳିଛି।

More Stories