Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ୩ ରାଜ୍ୟରେ ବଦଳିଲେ ବିଜେପି ସଭାପତି; ଓଡ଼ିଶାର ମଙ୍ଗ ଧରିଲେ ମନମୋହନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ବଦଳିଲେ ୪ ରାଜ୍ୟର ବିଜେପି ସଭାପତି। ଓଡ଼ିଶା ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ ଏବଂ ବିହାରରେ ମଧ୍ୟ ନୂଆ ବିଜେପି ସଭାପତି ନିଯୁକ୍ତ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନୂଆ ସଭାପତି ଚୟନ କରିଛନ୍ତି। ଓଡ଼ିଶାରେ ବିଜେପି ନୂଆ ସଭାପତି ଭାବେ ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି ମନମୋହନ ସାମଲ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହ ଅଦଳବଦଳ କରାଯାଇଛି।

ତେବେ ଦିଲ୍ଲୀରେ ବିଜେପି ଦଳର ନୂଆ ସଭାପତି ହୋଇଛନ୍ତି ବୀରେନ୍ଦ୍ର ସଚ୍ଚଦେବ। ସେହିପରି ରାଜସ୍ଥାନରେ ସିପି ଯୋଶୀ ଏବଂ ବିହାରରେ ସମ୍ରାଟ ଚୌଧୁରୀ ମଙ୍ଗ ଧରିଛନ୍ତି।

ବିହାରରେ ସଞ୍ଜୟ ଜୈଶୱାଲଙ୍କ ସ୍ଥାନରେ ସମ୍ରାଟ ଚୌଧୁରୀ, ରାଜସ୍ଥାନରେ ସତୀଶ ପୁନିଆଙ୍କ ବଦଳରେ ସିପି ଯୋଶୀ ଏବଂ ଓଡ଼ିଶାରେ ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ଦାୟିତ୍ୱ ମିଳିଛି।

ଓଡ଼ିଶାର ନୂତନ ବିଜେପି ସଭାପତି ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।