Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମୁଦ୍ରିକ ମତ୍ସ୍ୟଜିବୀ ଙ୍କ ନିମନ୍ତେ ସଚେତନତା ଶିବିର

ଗୋପାଳପୁର ୧୩/୧୦ ଗାରମପେଟା ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ସାମୁଦ୍ରିକ ମତ୍ସଜୀବିଙ୍କ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଗୋପାଳପୁର ସହକାରୀ ମତ୍ସ୍ୟ ଅଧିକାରୀ ଖୋଗେନ୍ଦ୍ର ନାଥ ରଣାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସାମୁଦ୍ରିକ ଗଞ୍ଜାମ ଛତ୍ରପୁରର ସୁବ୍ରତ କୁମାର ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଦେଇ ବିଭିନ୍ନ ଯୋଜନା ସେଭିଙ୍ଗ କମ ରିଲିଭ, ମେଧାବୀ ଛାତ୍ର ବୃତ୍ତି, କାତ ଡ଼ଙ୍ଗାକୁ ଇଞ୍ଜିନ ଚାଳିତ ଡ଼ଙ୍ଗା ବ୍ୟବହାର କରିବା, ଡ଼ଙ୍ଗା ମାଲିକ ମାନଙ୍କୁ ସବସିଡ ମାଧ୍ୟମରେ ଜାଲ ଯୋଗାଇ ଦେବା, ଯେଉଁ ଅଞ୍ଚଳରେ କଇଁଛ ଅଣ୍ଡା ଦେଉଛି ସେହି ସମୟରେ ମତ୍ସ୍ୟଜିବୀ ଙ୍କୁ ୧୫ ହଜାର ଆର୍ଥିକ ସହାୟତା ଯୋଗାଇବା, ବ୍ୟବସାୟ ପାଇଁ ଯାନ ବାହନ ସବ୍ସିଡି ରେ ଯୋଗାଇ ଦେବା,କୃତ୍ରିମ ରିଫ ତିଆରି କରିବା ଉପରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଗୋପାଳପୁରର ସାଗର ମିତ୍ର ଉପସ୍ଥିତ ଥିଲେ l