ଗୋପାଳପୁର ୧୩/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି l ‘ନୂତନ ଆଧୁନୀକରଣ ସମାଜରେ ଗୃହ ବିଜ୍ଞାନର ସାମ୍ପ୍ରତିକ ଉପଯୋଗିତା’ ଶୀର୍ଷକ ଅନୁଷ୍ଠିତ ସମ୍ମିଳନୀ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିଥିଲେ l ଗୃହ ବିଜ୍ଞାନ କେବଳ ରୋଷେଇ ଶାଳ ଓ ସିଲେଇ ଶିକ୍ଷାରେ ସିମିତ ନୁହେ l ଅତ୍ୟାଧୁନିକ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରିବା ସହ ବ୍ୟସ୍ତବହୁଳ ଜୀବନରେ ଶାନ୍ତି ପ୍ରତିଷ୍ଠା କରିବାରେ ମଧ୍ୟ ସହଯୋଗ କରିଥାଏ ବୋଲି କୁଳପତି ପ୍ରକାଶ କରିଥିଲେ l ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଆର ଏମ ଆର ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଯୋଗ ଦେଇ ଜନସ୍ବାସ୍ଥ୍ୟ ଅନୁସନ୍ଧାନର ଗବେଷିକା ଡାକ୍ତର ସଂଘମିତ୍ରା ପତି ଘରୋଇ ପରିବେଶର ସ୍ୱାସ୍ଥ୍ୟ- ମନିଟରିଂ ଉପକରଣ ଗୁଡିକର ଏକକ୍କିକରଣ , ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ଵପୂର୍ଣ୍ଣ ଚିହ୍ନ ଏବଂ ସୁସ୍ଥତା ମେଟ୍ରିକ ଟ୍ରାକ୍ କରିବାର ଆବଶ୍ୟକୀୟ ଜ୍ଞାନର ଉଦବୋଧନ ଦେଇଥିଲେ l ଗୋଟିଏ ସୁସ୍ଥ ପରିବାର ଗଠନ କରିବା ସହ ସମାଜରେ ସନ୍ତୁଳନ ରକ୍ଷା କରିବାରେ ଗୃହ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ l ପରିବାରରେ ସୁସ୍ଥ ପରିବେଶ, ସୁସ୍ଥ ଖାଦ୍ୟପେୟ ପରଷିବା ସହ ଶୃଙ୍ଖଳା ରକ୍ଷା କରିବା ଦିଗରେ ଗୃହ ବିଜ୍ଞlନ ପାଠ୍ୟକ୍ରମ ର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ l
ମୁଖ୍ୟବକ୍ତା ଭାବେ କୃଷି ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡ. ସୋରଜ କାନ୍ତ ମିଶ୍ର ଯୋଗ ଦେଇ ଜୀବନ ନିର୍ବାହରେ ଖାଦ୍ୟ ଓ ଶରୀର ପରସ୍ପର ପରିପୂରକ ହେଇଥିବା ବେଳେ ତାହା ନୂତନ ଆଧୁନୀକରଣ ଜୀବନ ଶୈଳୀ ରେ ସହାୟତ ସମ୍ପର୍କରେ କହିଥିଲେ l ସମ୍ମାନୀତ ଅତିଥି ଭାବେ ଡ. ଆଦିବ ପାରୱିନ ଯୋଗ ଦେଇ ବର୍ତ୍ତମାନ ଯୁଗରେ ଗୃହ ବିଜ୍ଞାନର ଉପଯୋଗିତା ଓ ଆଭ୍ୟୟନ୍ତରୀଣ ଡିଜାଇନ୍ ର ଚାହିଦା ବିଷୟରେ ଆଲୋକପାତ କରିଥିଲେ। ସ୍ନା୍ତକୋତ୍ତର ପରିଷଦର ଅଧକ୍ଷ ଡ. ସୁଶାନ୍ତ କୁମାର ବରାଳ ଏହି ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ଗବେଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଗୃହବିଜ୍ଞାନ କ୍ଷେତ୍ରରେ ଉକର୍ଷତା ର ସ୍ଵାଦ ଉପଲବ୍ଧି କରିବାର ମାର୍ଗ ଦର୍ଶନ କରିଥିଲେ l ଗୃହ ବିଜ୍ଞାନର ମୁଖ୍ୟ ପରିଚାଳିକା ତଥା ଏହି ସମ୍ମିଳନୀର ମୁଖ୍ୟ ସଂଯୋଜିକା ଡ. ସସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ଗୃହବିଜ୍ଞାନର ବହୁମୁଖୀ ଦିଗର ସଂପ୍ରସାରଣ ଓ ସ୍ମାର୍ଟ ଇଣ୍ଟରନେଟ ର ସଂଯୋଗିକରଣ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଗବେଷକ ମାନଙ୍କୁ ଉଦବୋଧନ ଦେଇଥିଲେ l ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ଉପଢ଼ୋକନ ସହ ମେମୋଣ୍ଟ ଦେଇ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପୁସ୍ତିକା ଉନ୍ମୋଚନ କରାଯାଇଥିଲା l ଏହି ସଭା ରେ ଦୁଇଶହରୁ ଅଧିକ ଗବେଷକ,ଗବେଷିକା ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ lକାର୍ଯ୍ୟକ୍ରମର ସମ୍ପାଦିକା ଅଧ୍ୟାପିକା ଅଲିତା ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ମାନସୀ ମେହେର, ଅନିତା ପାଣ୍ଡେ, ଅସ୍ମିତା ବେଉରା ଉପସ୍ଥିତ ଥିଲେ l