Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସନପଦର ଠାରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ।

ଗୋପାଳପୁର,୧୩/୧୦ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନପଦର କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି ।ସଭା କାର୍ଯ୍ୟ ପୂର୍ବରୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହେବା ସହ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” କାର୍ଯ୍ୟକ୍ରମ କରାଯାଇ ବର୍ତ୍ତମାନ ପରିସ୍ଥିତି ରେ କଂଗ୍ରେସ ହିଁ ବିକଳ୍ପ ବୋଲି ସାଧାରଣ ଜନତାଙ୍କୁ ବୁଝାଇବା ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସଂଦେଶ ପ୍ରଚାର କରାଯାଇଥିଲା। ଯାହାକି ଲୋକଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏଥିରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ରହିଥିଲେ । ଏହି ଅବସରରେ ଡ଼ ପାଣିଗ୍ରାହୀ କଂଗ୍ରେସ ଦଳର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ।ମିଳିମିଶି କଂଗ୍ରେସ ପାଇଁ କାମ କଲେ ଗୋପାଳପୁରରେ କଂଗ୍ରେସର ବିଜୟ ବାନା ଉଡିବ ବୋଲି ମତ ରଖିଥିଲେ। ଏହାସହ ତାଙ୍କ ବକ୍ତବ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ସରକାର ଦେଶକୁ ଓ ରାଜ୍ୟ ସରକାର ଓଡିଶାକୁ ବିକ୍ରିକରିଦେବା ସ୍ଥିତିକୁ ନେଇ ଯାଇଛନ୍ତି ବୋଲି କହିଥିଲେ ।କଂଗ୍ରେସ ର ଚିନ୍ତା ଧାରା ରେ ଅନୁପ୍ରାଣିତ ହୋଇ ବିଜେଡି ଓ ବିଜେପି ଦଳ ଛାଡି ବହୁ ଲୋକ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ରେ ଯୋଗଦାନ କରିଥିବାରୁ ତାଙ୍କୁ ଡ଼ ପାଣିଗ୍ରାହୀ ଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲାଏହି ମିଶ୍ରଣ ପର୍ବରେ ବିଜେଡ଼ିର ଶାସନପଦର ସେବା ସମବାୟ ସମିତର ସଭାପତି ବିନୋଦ ଚନ୍ଦ୍ର ପାଢ଼ୀ, ବୃନ୍ଦାବନ ନାୟକ, ତପନ ମଲଣା, ପ୍ରଭାତ ପାଢ଼ୀ, ପୂର୍ବତନ ସରପଂଚ ଲୋକନାଥ ବେହେରା, ଅରୁଣ କୁମାର ନାୟକ, ରବୀନ୍ଦ୍ର ନାୟକ, ପ୍ରଶାନ୍ତ ବେହେରା, ଶିବ ନାୟକ, ବିଜେପିର କରୁଣା ନାୟକ, ଘନଶ୍ୟାମ ନାୟକ, ଗାଣ୍ଡୁ ନାୟକ, ଗଣେଶ ନାୟକ, ୱାର୍ଡ଼ ସଭ୍ୟ କାଳୁ ନାୟକ କଂଗ୍ରେସ ଦଳ ରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories