ମୁର୍ଷୁଣ୍ଢି ରେ ମୁରାସୁର ଦରବାର ପାଇଁ କଳାକାର ବରଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ଅନୁଷ୍ଠିତ ହେବାକୁ ଥିବା ୪୧ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାର ପାଇଁ ଶୁକ୍ରବାର ମୁରାସୁର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁରାସୁର ଭୂମିକାରେ ଅଭିନୟ କରିବେ ଅନ୍ତର୍ଡା (ବିନିକା) ର ଗୋପାଳ ପଣ୍ଡା । ଏହି କ୍ରମରେ ଗୋପାଳ ପଣ୍ଡା ଙ୍କୁ ମୁରାସୁର ଭାବେ ବରଣ କରାଯାଇଛି । ମୁର୍ଷୁଣ୍ଢି ଗଜଲକ୍ଷ୍ମୀ ପୂଜା କମିଟି ର ସଦସ୍ୟ ମାନେ ଅଭିନେତା ଗୋପାଳ ପଣ୍ଡା ଙ୍କ ଅନ୍ତର୍ଡା ବାସଭବନ କୁ ଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଗୋପାଳ ପଣ୍ଡା ଙ୍କୁ ନାରିକେଳ ସହିତ ଅନ୍ୟାନ୍ୟ ଫଳ ଓ ଫୁଲମାଳ ଓ ଅଙ୍ଗବସ୍ତ୍ର ଦେଇ ବରଣ କରାଯାଇଥିଲା । ଗଜଲକ୍ଷ୍ମୀ ପୂଜା କମିଟିର ଉପ ସଭାପତି ଧନଞ୍ଜୟ ସାହୁ ଙ୍କ ନେତୃତ୍ଵ ରେ ସମ୍ପାଦକ ତ୍ରୟଞ୍ଜିବ ମିଶ୍ର , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡ଼ିଆ ଙ୍କ ସମେତ କମିଟିର ବରିଷ୍ଠ ସଦସ୍ୟ ସଞ୍ଜିବ ସାହୁ , ପଦ୍ମନାଭ ପ୍ରଧାନ , ବଳରାମ ପଧାନ , ଉତ୍ତର ନାଏକ , ଶ୍ରୀକର ପଧାନ , ସନତ ସିଂ, ସତ୍ୟବ୍ରତ ଦ୍ୱାରି , ଲୋକନାଥ ସାହୁ , ଶ୍ୟାମ ନନ୍ଦ , ରୋହିତ ସାହୁ , ସହଦେବ ମହାକୁର , ସନ୍ତୋଷ ସମର୍ଥ ପ୍ରମୁଖ ଉପସ୍ଥିତ ରହି ମୁରାସୁର ବରଣ କରିଛନ୍ତି।