ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପଞ୍ଚାୟତ ର ନୂଆଁଗଡ ଗ୍ରାମରୁ ଚୋରି ଅଭିଯୋଗରେ ଦୁଇ ଜଣ ନିର୍ଦ୍ଦୋଷ ଙ୍କୁ ଥାନାକୁ ଆଣିବା ପ୍ରତିବାଦ ରେ ଥାନା ଘେରିଲେ ଗ୍ରାମବାସୀ । ପରେ ପୋଲିସ ଏହି ଚୋରି ଘଟଣା ରେ ସଂପୃକ୍ତ ଥିବା ଜଣେ ନାବାଳକ ଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗ୍ରାମବାସୀ ଥାନା ଘେରାଓ କରି ପ୍ରତିବାଦ କରିବା ପରେ ସନ୍ଦେହ ରେ ଥାନା କୁ ଆଣିଥିବା ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଛାଡ଼ି ଦେଇଛି । ସୁଚନାମତେ ଗତ ୮ ତାରିଖ ରେ ନୂଆଁଗଡ ଗ୍ରାମର ପ୍ରତାପ ଜଗଦଲା ନାମକ ଜଣେ ବ୍ୟକ୍ତି ଙ୍କ ଘରୁ ଚୋରି ହୋଇଥିଲା । ଚୋରମାନେ ତାଙ୍କ ଘରୁ ସୁନା ହାର , ସୁନା ଚୁଡ଼ି , ରୂପାର ପାଉଁଜି , ସୁନା ମୁଦି ଆଦି ଜିନିଷ ଚୋରି କରିନେଇ ଥିଲେ । ଏନେଇ ବୀରମହାରାଜପୁର ଆଦର୍ଶ ଥାନାରେ ଏକ ମାମଲା (କେସ ନଂ ୧୭୫/୨୩) ରୁଜୁ ହୋଇଥିଲା । ପ୍ରତାପ ଙ୍କ ଅଭିଯୋଗ ଆଧାର ରେ ନୂଆଁଗଡ ଗ୍ରାମର ଜଣେ ନାବାଳକଙ୍କ ସହିତ ୪ ଜଣ ବ୍ୟକ୍ତି ଙ୍କୁ ଥାନା କୁ ଆଣି ପୁଲିସ ପଚରା ଉଚୁରା କରିଥିଲା । ଅଭିଯୁକ୍ତମାନେ ଚୋରି କରିଥିବା ସ୍ବୀକାର କରିଥିବା ବେଳେ ଉକ୍ତ ଚୋରି ଜିନିଷ କୁ ଗ୍ରାମର ଅମିୟ ପେରା ଓ ଅଭିଯୋଗକାରୀ ଙ୍କ କାକା ତରଣି ଜଗଦଲା ଙ୍କ ଠାରେ ବିକ୍ରି କରିଥିବା ପ୍ରକାଶ କରିଥିଲେ। ତେଣୁ ପୋଲିସ ଉକ୍ତ ଦୁଇ ଜଣକୁ ଥାନାକୁ ସନ୍ଦେହରେ ଆଣି ପଚରା ଉଚୁରା କରିଥିଲା । ଗ୍ରାମବାସୀ ଉକ୍ତ ଦୁଇ ଜଣ ନିର୍ଦ୍ଦୋଷ ଥିବା ସହିତ ଅଭିଯୋଗକାରୀ ଙ୍କ ସଂପର୍କୀୟ ହୋଇ କେମିତି ଏଥିରେ ସଂପୃକ୍ତ ରହିବେ ବୋଲି ଅଭିଯୋଗ କରିଥିଲେ । ସେହି ଦୁଇ ନିର୍ଦ୍ଦୋଷ ଙ୍କୁ ତୁରନ୍ତ ଛାଡ଼ିବାକୁ ଦାବିକରି ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଏନେଇ ଉକ୍ତ କେସ ର ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ପ୍ରସାଦ ଜେନା ଙ୍କୁ ପଚାରିବାରୁ ସେ ଏହି ଚୋରି ରେ ସଂପୃକ୍ତ ଜଣେ ନାବାଳକ ଙ୍କ ସହିତ ୪ ଜଣ ଙ୍କୁ ଗିରଫ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି । ମାତ୍ର ନାବାଳକ ଜଣକୁ ବୌଦ୍ଧ ସ୍ଥିତ ସ୍ଵତନ୍ତ୍ର ବାଳ ସ୍ଵଧର ଗୃହ କୁ ପଠେଇ ଦିଆ ଯାଇଥିବା ପୋଲିସ ପ୍ରକାଶ କରିଛି । ତେବେ ତଦନ୍ତ ପରେ ଚୋରି ରେ ସଂପୃକ୍ତ ନ ଥିବା ସହିତ ଚୋରି ଜିନିଷ ରଖି ନ ଥିବା ରୁ ସନ୍ଧେହ ରେ ଥାନା କୁ ଆଣିଥିବା ତରଣୀ ଜଗଦଲା ଓ ଅମିୟ ପେରା କୁ ଛାଡି ଦିଆ ଯାଇଛି ।
ଚୋରି ଅଭିଯୋଗ ରେ ନିର୍ଦ୍ଦୋଷ କୁ ଥାନା ଆଣିବା ଘଟଣାରେ ଗ୍ରାମବାସୀଙ୍କ ଥାନା ଘେରାଉ
