Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର ୧୪/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ” ନୂତନ ଆଧୁନୀକରଣ ସମାଜ ରେ ଗୃହ ବିଜ୍ଞାନ ର ସାଂପ୍ରତିକ ଉପଯୋଗିତା ” ଶୀର୍ଷକ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଛି l ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ ଗୋଷ୍ଠୀ ବିଜ୍ଞାନ ମହାବିଦ୍ୟାଳୟ ର ଡିନ ପ୍ରଫେସର୍ ତୃପ୍ତି ମହାନ୍ତି ଯୋଗ ଦେଇ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଉନ୍ନତ ଯୋଗଯୋଗ ଉପକରଣ, ହାଇସ୍ପିଡ ଇଣ୍ଟରନେଟ ଏବଂ ଏର୍ଗୋନୋମିକସ୍ କୁ ସଂଯୋଗ କରି ଗୃହ କାର୍ଯ୍ୟ କୁ କିଭଳି ଭାବରେ ପରିଚାଳନା କରାଯାଇପାରୁଛି ସେ ସମ୍ପର୍କ ରେ ସୂଚନା ଦେଇଥିଲେ। ମୁଖ୍ୟ ବକ୍ତା ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ମନ ଓ ସ୍ଵାସ୍ଥ୍ୟ କିପରି ପରସ୍ପର ପରିପୂରକ ଏବଂ ଉନ୍ନତ ଦେଶ ଗଠନ ରେ ଶିଶୁ ବିକାଶର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାଗ ନେଇଥିବାଗବେଷକ, ଗବେଷିକା ମାନେ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ l ଭାଗ ନେଇଥିବା ଗବେଷକ, ଗବେଷିକା ଓ ଛାତ୍ର, ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବିଭାଗ ମୁଖ୍ୟ ଡ଼. ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବିଭାଗର ଅଧ୍ୟାପିକା ଅଲିତା ମିଞ୍ , ମାନସୀ ମେହେର, ଏବଂ କୁମାରୀ ଅସ୍ମିତା ବେଉରା ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories